୩ ଦିନ ହେଲା ତୁଟୁନି ଗାଁ ବିବାଦ : ଚିଲିକାରେ ଯାତ୍ରୀବାହୀ ଡ଼ଙ୍ଗା ଚଳାଚଳ ବନ୍ଦ, ପ୍ରଶାସନ ସହ ଆଲୋଚନା ବିଫଳ

123

କନକ ବ୍ୟୁରୋ : ୩ଦିନ ହେବ ତୁଟୁନି ବିବାଦ । ଚିଲିକାରେ ଚାଲିପାରୁନି ଡଙ୍ଗା । କୃଷ୍ଣପ୍ରସାଦ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି ୩୫ ମୌଜା ପରିଚାଳନା କମିଟି । ୩୫ ମୌଜା ଏବଂ ଆଳୁପାଟଣା ଗାଁ ବିବାଦର ସମାଧାନ ନହେବାରୁ ଠପ ହୋଇପଡ଼ିଛି ଚିଲିକାରେ ଯାତ୍ରୀବାହୀ ଡଙ୍ଗା, ଭସାପୋଲର ଚଳାଚଳ । ୩ ଦିନ ହେବ ଚିଲିକାରେ ଚାଲିପାରୁନି ପର୍ଯ୍ୟଟକଙ୍କ ଡ଼ଙ୍ଗା । ୩୫ ମୌଜା ସଂପାଦକଙ୍କୁ ୩ ଦିନ ପୂର୍ବରୁ ସାତପଡ଼ା ନିକଟ ଆଳୁପାଟଣା ଗାଁର କିଛି ଲୋକ ମାଡ଼ ମାରିବା ପରେ ଏବେ ବିବାଦ ଉଗ୍ର ହେବାର ଲାଗିଛି ।

୩୫ ମୌଜା ପରିଚାଳନା କମିଟିକୁ ନ୍ୟାୟ ଦେବା ପାଇଁ ପ୍ରଶାସନର ବୈଠକରେ କୌଣସି ନିଷ୍ପତି ବାହାରି ପାରିନାହିଁ । ଜହ୍ନିକୁଦା ଘାଟ ନିକଟରେ ୩୫ ମୌଜାର ହଜାର ହଜାର ଲୋକ ଆନ୍ଦୋଳନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଆଳୁପାଟଣା ଗାଁ ଭୁଲ ନମାଗିଛି ସେ ପର୍ଯ୍ୟନ୍ତ ଡ଼ଙ୍ଗା ପରିଚାଳନା କରିପାରିବ ନାହିଁ ବୋଲି ୩୫ ମୌଜା କମିଟି ଚେତାବନୀ ଦେଇଛି । କୃଷ୍ଣପ୍ରସାଦ ତହସିଲ, ବ୍ଲକ କାର୍ଯ୍ୟାଳୟ ଆଜିଠାରୁ ବନ୍ଦ କରିବା ପାଇଁ ଦାବି ପତ୍ର ଦେଇ ଆନ୍ଦୋଳନ ଜାରି ରହିଛି ।