ପାକିସ୍ତାନ ନିସ୍ତାର ମେଡିକାଲ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଉଡାଇଲେ ଭାରତୀୟ ତ୍ରୀରଙ୍ଗା, ଜାଣନ୍ତୁ କାରଣ

650

କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବା ପରେ ଅଖଣ୍ଡ ଭାରତ ଖଣ୍ଡ ଖଣ୍ଡ ହୋଇଗଲା । ରାଜନୈତିକ ପଶାପାଲିରେ ରାଜନୈତିକ ଫାଇଦା ଉର୍ଦ୍ଦେଶ୍ୟରେ ଭାତକୁ ଦୁଇଭାଗରେ ବିଭକ୍ତ କରିଦିଆଗଲା । ଗୋଟିଏ ପଟେ ମୁସଲିମ୍ ସଂପ୍ରଦାୟର ଲୋକେ ପାକିସ୍ତାନ ନାମରେ ଦେଶ ଗଠନ କରିଦେଲେ ଓ ଭାରତ ଏକ ସର୍ବଧର୍ମ ସମ୍ପର୍ଣ୍ଣ ରାଷ୍ଟ୍ର ଭାବେ ପରିଗଣିତ ହେଲା । ସେବେଠାରୁ ଉଭୟ ପାକିସ୍ତାନ ଓ ଭାରତର ଜାତୀୟ ପତାକା ଭିନ୍ନ ହୋଇଗଲା । ହେଲେ ଭାରତୀ ଏବେ ସ୍ୱାଧୀନତାର ୭୫ ତମ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପାକିସ୍ତାନରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା ।

ପାକିସ୍ତାନର ନିସ୍ତାର ମେଡିକାଲ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏକ ସମାରୋହରେ କେହି ଭାରତୀୟ ତ୍ରୀରଙ୍ଗା ଉଡାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଭିଡିଓରେ ଦେଖିବାକୁ ମିଳିଛି କି ସମାରୋହ ଚାଲିଥିବା ବେଳେ ଜଣେ ବ୍ୟକ୍ତି ହଠାତ ଭାରତୀୟ ତ୍ରୀରଙ୍ଗା ଉଡାଇବା ଆରମ୍ଭ କରିଦେଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ବିରୋଧ କରିଥିଲେ ।

ପରେ ପରେ ଏହି ଭିଡିଓକୁ ଗୁଲାମ ଆବାସ ନାମରେ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି । ଗୁଲାମ କହିଛନ୍ତି କି ଏହି କାର୍ଯ୍ୟକ୍ରମର ଏକ ଅଂଶ ଥିଲା କି ପ୍ରତି ଗ୍ରୁପ ଏକ ଦେଶର ପ୍ରତିନିଧିତ୍ୱ କରିବା ।

 

କହିରଖୁ କି ଉଭୟ ଭାରତ ଓ ପାକିସ୍ତାନ ୧୯୪୭ ମସିହାରେ ଇଂଗ୍ରେଜ ଶାସନରୁ ମୁକ୍ତ ହୋଇଥିଲେ । ହେଲେ ସ୍ୱାଧୀନତା ପରେ ହୋଇଥିବା ଭାଗ ବଣ୍ଟା ମଧ୍ୟରେ ପାକିସ୍ତାନ ଏକ ଇସଲାମିକ ଦେଶ ହୋଇଗଲା ଓ ସେଠାରେ ଅଗଷ୍ଟ ୧୪ ରେ ସ୍ୱାଧୀନତା ଦିବସ ପାଳନ କରାଗଲା ।