ସାରା ରାଜ୍ୟରେ ଶୀତ ଲହରୀ ଜାରି । ସେପଟେ ରାତିରେ ନିରାଶ୍ରୟଙ୍କୁ କମ୍ବଳ, ବିସ୍କୁଟ ଓ ପାନୀୟ ଜଳ ବଂଟନ କଲା ଯାଜପୁର ଜିଲ୍ଲା ପ୍ରଶାସନ

146

କନକ ବ୍ୟୁରୋ : ଓଡିଶାରେ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ଥରାଇ ଦେଉଛି । ଭୀଷଣ ଶୀତରେ ନିରାଶ୍ରୟଙ୍କ ଦୁର୍ଦ୍ଦଶା ବଢିଛି । ରାସ୍ତାକଡରେ ଶୋଉଥିବା ଲୋକେ ଅସହ୍ୟ ଶୀତରେ ଦାନ୍ତକାମୁଡି ରାତି ତମାମା ଅନିଦ୍ରା ହୋଇ ପଡି ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ରୋଡର ଆଶ୍ରୟହୀନ ଲୋକଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଛି ।

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଏସପି ରାଜକିଶୋର ଦୋରା ରେଳ ଷ୍ଟେସନ ଓ ରାସ୍ତାକଡରେ ଶୋଇଥିବା ଲୋକଙ୍କୁ ଉଠାଇ ଆଣି ରାତ୍ରି ଯାପନ ଗୃହ ଓ ଆହାର କେନ୍ଦ୍ରରେ ରଖିଛନ୍ତି । ଏହାପରେ ନିରାଶ୍ରୟଙ୍କୁ କମ୍ବଳ ବଂଟନ କରିବା ସହ ବିସ୍କୁଟ, ପାନୀୟ ଜଳ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି ।