ଭବାନୀପାଟଣା ପୌରପାଳିକାରେ ଅସନ୍ତୋଷର ବିସ୍ଫୋରଣ । ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ ।

323

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାରେ କୁହୁଳୁଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି । ସବୁ କାଉନସିଲର ଏକଜୁଟ ହୋଇ ପୌରପାଳିକା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଉପ-ନଗରପାଳଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଭେଟି ଦାବିପତ୍ର ଦେଇଛନ୍ତି କାଉନସିଲରମାନେ । ଭବାନୀପାଟଣା ମ୍ୟୁନସିପାଲଟିରେ ବିଜେଡି ପକ୍ଷରୁ ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିର୍ବାଚିତ ହୋଇଥିଲେ । ୧୮ଜଣ କାଉନସିଲର ବିଜେଡିର, ଜଣେ ଲେଖାଏଁ ବିଜେପି ଓ କଂଗ୍ରେସର କାଉନସିଲର ରହିଛନ୍ତି । କିନ୍ତୁ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଅନାସ୍ଥାପ୍ରସ୍ତାବ ଆଣିଛନ୍ତି । ବହୁ ଦିନରୁ ଭବାନୀପାଟଣା ପୌରଧ୍ୟକ୍ଷାଙ୍କ ବିରୋଧରେ ଅସନ୍ତୋଷ ଦେଖା ଦେଇଥିଲା । ରାଜ୍ୟରେ ବିଜେଡି ସରକାର କ୍ଷମତାରେ ହଟିବା ପରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଥିବା ଅସନ୍ତୋଷ ଏବେ ଅନାସ୍ଥା ପ୍ରସ୍ତାବରେ ପରିଣତ ହୋଇଛି ।