ଅନୁଗୁଳ ଜିଲ୍ଲାରେ ମାଳ ମାଳ ନକଲି ପିଇଟି ଶିକ୍ଷକ: ଜାଲିଆତି କରି ଚାକିରି କରିଥିବା ଅଭିଯୋଗ

242

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାରେ ମାଳ ମାଳ ନକଲି ପିଇଟି ଶିକ୍ଷକ । ଜଣେ କି ୨ ଜଣ ନୁହେଁ ୧୨ ଜଣ ପିଇଟି ଶିକ୍ଷକ ଏବଂ ୩ଜଣ ପ୍ରାଇମେରୀ ଶିକ୍ଷକ ମଧ୍ୟ ଜାଲିଆତି କରି ଚାକିରି କରିଥିବା ଜଣାପଡ଼ିଛି । ଏମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ । ଏମାନେ ପିଇଟି ଶିକ୍ଷକ ପାଇଁ ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିଲେ । ଜାଲ ପ୍ରମାଣପତ୍ର ଦେଇ ଚାକିରି କରିବା ଜଣାପଡ଼ିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଂଜନ ସାହୁ ଅନୁଗୁଳ ମଡ଼େଲ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ପୋଲିସ କେସ ନମ୍ବର ୩୬୭ ଦଫା ୪୬୮, ୪୭୧, ୪୨୦ ଆଇପିସିରେ ମାମଲା ରୁଜୁ କରି ତଦନ୍ତ କରୁଛି ।