ବିଏମସି କର୍ପୋରେଟରଙ୍କ ବୈଠକ ବେଳେ ହଙ୍ଗାମା । ସୁଯୋଗ ଦେଉନଥିବା ଅଭିଯୋଗ ଆଣି ହୋହଲ୍ଲା କଲେ ବିଜେଡି କର୍ପୋରେଟର

432

କନକ ବ୍ୟୁରୋ: ବିଏମସି କର୍ପୋରେସନ୍ ବୈଠକରେ ହଙ୍ଗାମା । ବୈଠକରେ ତିନି ବିଧାୟକ, ମେୟର, କମିସନର ଏବଂ ବିଜେଡି-ବିଜେପିର ସବୁ କର୍ପୋରେଟର ଯୋଗ ଦେଇଥିଲେ । ଯେଉଁଥିରେ ରାଜଧାନୀରେ ସୃଷ୍ଟି ହୋଇଥିବା ଡ୍ରେନେଜ ଅବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା । କିନ୍ତୁ ବୈଠକରୁ ହଠାତ୍ ହୋହଲ୍ଲା କରି ଉଠି ଚାଲିଆସିଥିଲେ ବିଜେଡିର ଅଧା କର୍ପୋରେଟର । ସେମାନଙ୍କ ଅଭିଯୋଗ ହେଲା ଯେ ତାଙ୍କ କର୍ପୋରେଟରଙ୍କ କଥାକୁ ଗୁରୁତ୍ୱ ଦିଆଯାଇନି । ଏପରିକି ସେମାନଙ୍କର ୱାର୍ଡର ସମସ୍ୟା ସମ୍ପର୍କରେ ମଧ୍ୟ କହିବାକୁ ସୁଯୋଗ ମିଳୁନାହିଁ । କେବଳ ବିଜେପି କର୍ପୋରେଟର ଅଧିକ ସମୟ ନିଜ ୱାର୍ଡ ବିଷୟରେ ଆଲୋଚନା କରି ସମୟ ନେଇଯାଉଥିବା ବିଜେଡି କର୍ପୋରେଟରମାନେ ଅଭିଯୋଗ ଆଣିଛନ୍ତି ।