ମଣିଷର କାମ କରିବ ଏଆଇ ଟୁଲ୍ । ଅଫିସର ଛୋଟବଡ଼ କାମ ପାଇଁ ଏଚଆରଙ୍କ ପାଖକୁ ଯିବାକୁ ପଡ଼ିବନି । ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଛି ଏଚଆର୍ ମେଧା କେ ।

309

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଭର୍ଚୁଆଲ ଏଚ.ଆର । ସିଏସଏମ ଟେକର ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇ ପ୍ରସ୍ତୁତ କରିଛି ଭର୍ଚୁଆଲ ଏଚ.ଆର ମେଧା କେ ।

  • କମ୍ପାନୀରେ ରହିବେ ଅଦୃଶ୍ୟ ଏଚ.ଆର
  • ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ କରିବ ସମସ୍ୟାର ସମାଧାନ

ଆପଣ କୌଣସି କର୍ପୋରେଟ ସଂସ୍ଥାରେ କାମ କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ନିଜ କାମ ସମ୍ପର୍କିତ ଛୋଟ ବଡ କଥା ଜାଣିବା ପାଇଁ ଆପଣ ଏଚ.ଆରଙ୍କ ଉପରେ ନିର୍ଭର ରହୁଥିବେ । କାମ ବ୍ୟସ୍ତତା ଭିତରେ ଏଚ.ଆର କେତେବେଳେ ଆପଣ କଥା ଶୁଣୁଥିବେ ତ ଆଉ କେତେବେଳେ ଆପଣଙ୍କୁ ସମୟ ଦେବାକୁ ସେ ଅସମର୍ଥ ଥିବେ । କିନ୍ତୁ ଏବେ ନିଜ କାମ ତଥା ଅନୁଷ୍ଠାନରେ ନିଜ ଦାୟିତ୍ୱ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଏଚ.ଆରଙ୍କ କ୍ୟାବିନକୁ ଯିବାକୁ ପଡିବନି ବରଂ ଆପଣଙ୍କ ହାତ ପାହାନ୍ତାରେ ହୋଇଯିବ ସବୁ ସମସ୍ୟାର ସମାଧାନ । ଆଉ ଏହି ସମାଧାନ କରିବ ମେଧା କେ । ସିଏସଏମ ଟେକର ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇ ପ୍ରସ୍ତୁତ କରିଛି ଭର୍ଚୁଆଲ ଏଚ.ଆର ମେଧା କେ ।

ଆପଣ କେତେଦିନ ଛୁଟି ନେଇପାରିବେ । ଛୁଟି ନେବା ପାଇଁ କଣ ନିୟମ ରହିଛି । କର୍ମଚାରୀଙ୍କ ପାଇଁ ଡ୍ରେସ କୋଡ୍ କଣ ରହିଛି । କର୍ମଚାରୀଙ୍କ ପାଇଁ କି କି ବ୍ୟବସ୍ତା ରହିଛି । ଏଚ ଆରଙ୍କୁ ପଚରାଯାଉଥିବା ଏଭଳି ଅନେକ ପ୍ରଶ୍ନର ଉତ୍ତର ମାତ୍ର କେଇ ସେକେଣ୍ଡରେ ଦେଇଦେବ ମେଧା କେ । ଏଥିପାଇଁ ମେଧା କେକୁ ମିଳିଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଏଚ ଆର ଟିମ ପାଇଁ ଏହା ବରଦାନ ସଦୃଶ ହେବ ବୋଲି କହିଛନ୍ତି ସିଏସ୍ଏମ ର ଏଚ ଆର ଟିମ ।

ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ମାଧ୍ୟମରେ ମେଧା କେ ଏବେ ଚାଟ ବକ୍ସରେ ସବୁ ପ୍ରଶ୍ନର ଉତ୍ତର ଦେଉଛି । କିନ୍ତୁ ଖୁବଶୀଘ୍ର ଏହା ଭଏସ ମେସେଜ ଓ ଥ୍ରୀ ଡି ହୋଲୋଗ୍ରାମରେ ଉତ୍ତର ଦେବ ବୋଲି କହିଛନ୍ତି ବିଶେଷଜ୍ଞ ।