କେମିତି ହେବ ମୋଦୀଙ୍କ ମନ୍ତ୍ରିମଣ୍ଡଳ? ଓଡିଶାରୁ ୨୦ ସାଂସଦ ହୋଇଥିବାରୁ କେତେ ଜଣଙ୍କୁ ମିଳିବ ମନ୍ତ୍ରୀ ପଦ ବଢ଼ିଲା ଚର୍ଚ୍ଚା

2,331

କନକ ବ୍ୟୁରୋ: କେମିତି ହେବ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳ । ବିଜେପି ପୂର୍ବଭଳି ସଂଖ୍ୟା ରଖି ନାହିଁ । ତେଣୁ ଏଥର ସହଯୋଗୀଙ୍କ ଦାବି ମଧ୍ୟ ଶୁଣିବାକୁ ପଡିବ । ଏନଡିଏର ସହଯୋଗୀ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ସରକାର ଗଢିବାରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ କୁହାଯାଉଛି, ସହଯୋଗୀଙ୍କର ପ୍ରତି ୪ ସାଂସଦଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ହେବେ । ଏହି ଆଧାରରେ ଏକ ଫର୍ମୁଲା ତିଆରି ହେଉଥିବା ଚର୍ଚ୍ଚା ହେଉଛି । ଯଦି ଏହି ଫର୍ମୁଲା ରୁହେ ତାହେଲେ ଟିଡିପିରୁ ୪ ଏବଂ ଜେଡିୟୁରୁ ୩ ଜଣ, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା, ଏଲଜେପି (ଆର) ୨ଟି ଲେଖାଏଁ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ଓଡିଶାକୁ କେତେ ଭାଗ ମିଳିବ । ପ୍ରଥମ ଥର ପାଇଁ ଓଡିଶାରୁ ୨୦ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ୨୦୧୪ରେ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ହୋଇଥିଲେ ମନ୍ତ୍ରୀ, ୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ପରେ ବିଶ୍ୱେଶର ଟୁଡୁ ହୋଇଥିଲେ । ୨୦୧୯ରେ ୮ ସାଂସଦରୁ ଯଦି ଦୁଇ ମନ୍ତ୍ରୀ ହୋଇଥିଲେ ଏବେ ୨୦ ସାଂସଦ ମଧ୍ୟରୁ କେତେ ହେବେ ମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ବଢିଛି । ସ୍ମୃତି ଇରାନୀଙ୍କ ଭଳି ହେବିୱେଟ୍ ଯେତେବେଳେ ପରାସ୍ତ ହୋଇଛନ୍ତି କିଏ ହେବେ କେନ୍ଦ୍ର ସରକାରରେ ମହିଳା ଚେହେରା ତାକୁ ନେଇ ଚର୍ଚ୍ଚା ଭିତରେ ଅପରାଜିତା ଷଡଙ୍ଗୀଙ୍କ ନାଁ ମଧ୍ୟରେ ଏବେ ଚର୍ଚ୍ାରେ । ସେହିପରି ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ପ୍ରତାପ ଷଡଙ୍ଗୀଙ୍କ ଭଳି ସାଂସଦ ଓଡିଶାରୁ ନିର୍ବାଚିତ ହୋଇଛନ୍ତି ।