ବାଇକକୁ ପିଟିଲା ହାଇୱା: ଚାଲିଗଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ

289

କନକ ବ୍ୟୁରୋ: ବାଇକକୁ ସାମନା ପଟୁ ପିଟିଲା ହାଇୱା, ୪ମୃତ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଫିଙ୍ଗୁଆ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ଖଙ୍କିରା ଗାଁର ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ଆଜି ଦ୍ୱିପ୍ରହରରେ ସ୍ୱାମୀ, ସ୍ତ୍ରୀଙ୍କ ସହ ୧୧ବର୍ଷୀୟ ପୁଅ ଓ ୫ବର୍ଷୀୟ ଝିଅ ଏକ ପଲସର ବାଇକ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ । ସାମନା ପଟୁ ଆସୁଥିବା ହାଇୱା ଗାଡ଼ି ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁଙ୍କୁ ନିକଟସ୍ଥ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିକୁ ଜବତ କରିଛି ପୋଲିସ ।