ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ : ରାଜ୍ୟ କୋର୍ଟକୁ ବଲ ଫିଙ୍ଗିଲେ କେନ୍ଦ୍ରମନ୍ତ୍ରୀ; କହିଲେ, ଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର ଓ ହାଇକୋର୍ଟ

139

କନକ ବ୍ୟୁରୋ : ପଶ୍ଚିମ ଓଡିଶା ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଲେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଆଇନ୍ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ପାଖରେ ରହିଛି ।

ଆମେ ସବୁ ପରିସ୍ଥିତିରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ । କେନ୍ଦ୍ର ସରକାର କେବଳ ଅନୁମୋଦନ ଦେବେ । ହେଲେ ଏହାର ଭିତ୍ତିଭୂମୀ ଦାୟିତ୍ୱ ରାଜ୍ୟ ସରକାରଙ୍କର । ଏ ବିଷୟରେ ପୂର୍ବରୁ ଚିଠି ଲେଖି ଅବଗତ କରାଯାଇଥିବା କହିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ । କେବଳ ସେତିକି ନୁହେଁ ସଂସଦରେ ଓଡିଶା ସାଂସଦଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା ମଧ୍ୟ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।