କଲରାପତରିଆ ବାଘ ପିଉଛି ଛେଳି କ୍ଷୀର : ଉଦ୍ଧାର ବାଘଛୁଆଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଉଛି ଛେଳି କ୍ଷୀର; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

296

କନକ ବ୍ୟୁରୋ : କଲରାପତରିଆ ବାଘ ପିଉଛି ଛେଳି କ୍ଷୀର । ହରିୟାଣା ଜଙ୍ଗଲରୁ ଉଦ୍ଧାର ହୋଇଥିବା ୨ଟି କଲରାପତରିଆ ବାଘ ଛୁଆର ଜୀବନ ବଞ୍ଚାଇବା ପାଇଁ ଛେଳି କ୍ଷୀର ପିଆଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁଇଟି ବାଘ ଛଉଆକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ହରିୟାଣାର ନୁହ ଜିଲ୍ଲାର ଏକ ଜଙ୍ଗଲରୁ ମିଳିଥିଲା ୨ କଲରାପତରିଆ ବାଘଛୁଆ ।

ଜଙ୍ଗଲରୁ ୨ ଶାବକଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଛେଳି ଚରାଇବାକୁ ଯାଇଥିବାବେଳେ ଗ୍ରାମବାସୀ କଲରାପତରିଆ ଶାବକଙ୍କୁ ପାଇଥିଲେ । କଲରାପତରିଆ ବାଘ ଛୁଆଙ୍କୁ ଗ୍ରାମବାସୀ ଛେଳି କ୍ଷୀର ପିଆଉଥିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପଟେ ଗ୍ରାମବାସୀ ୨ ଶାବକଙ୍କୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ବନବିଭାଗ ୨ ଶାବକଙ୍କୁ ଜଙ୍ଗଲକୁ ନେଇ ମାଆ ସହ ମିଶାଇବାକୁ ଚେଷ୍ଠା କରିବେ ବୋଲି କହିଛନ୍ତି ବନବିଭାଗ ଅଧିକାରୀ ।