ଅସହାୟ କଲମପୁର ହାରାମାଲ ଗାଁର ଅଞ୍ଜନା । ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଅସହାୟ ଅଞ୍ଜନାଙ୍କ ଘର । ବେସାହାରା ପରିବାରକୁ ସାହାଯ୍ୟ ପାଇଁ ଅନୁରୋଧ

52

କନକ ବ୍ୟୁରୋ: ଭାଙ୍ଗିଗଲା ଝାଟିମାଟି ଘର । ଲଘୁଚାପ ବର୍ଷା ଉଜାଡିଦେଲା ସବୁକିଛି । ସ୍ବାମୀଙ୍କ ମୃତ୍ୟୁ ପରେ ଘରକୁ ସଜାଡି ପରିବାର ସହ ହସ ଖୁସିରେ ଚଳି ଆସୁଥିଲେ ଅଞ୍ଜନା । ହେଲେ ସାମାନ୍ୟ ବର୍ଷା ଭାଙ୍ଗିଦେଲା ଅଞ୍ଜନାଙ୍କ ଘର । ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ହାରାମାଲ ଗାଁରୁ ଆସିଛି ଏମିତି ଏକ ଖବର ।

ହାରାମାଲ ଗାଁରେ ରୁହନ୍ତି ଅଞ୍ଜନାଙ୍କ ପରିବାର । ଭଙ୍ଗା ରୁଜା ଘରେ ରହୁଥିଲେ ସମସ୍ତେ । ରାତିରେ ବର୍ଷାରେ ଭିଜି ଭାଙ୍ଗିପଡିଥିଲା ଘର । ଆଉ ସେହି ଭଙ୍ଗା ଘରେ ପରିବାରର ୫ ଜଣ ରାତିସାରା ବର୍ଷା ପାଣିରେ ଭିଜି ଭିଜି ରହିଥିବା ବେଳେ ଘରର ଆସବାବ ପତ୍ର ଭିଜି ସବୁ ନଷ୍ଟ ହୋଇଯାଇଛି।

ଏବେ ଭଙ୍ଗା ଘରକୁ କିଭଳି ସଜାଡିବେ ଅଞ୍ଜନା? ଭଙ୍ଗା ଘରକୁ ସଜାଡିବା ପାଇଁ ଅଞ୍ଜନା ଅସକ୍ଷମ ହୋଇଥିବା ବେଳେ କେଉଁଠି ୫ ପରିବାରକୁ ନେଇ ରଖିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ସେପଟେ ଅଞ୍ଜନା ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନର ଦ୍ବାରସ୍ତ ହୋଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ତାଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସୁବିଧା ସହ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ତେବେ ଘର ଦ୍ବାର ହରାଇ ବେସାହାରା ହୋଇପଡିଥିବା ଅଞ୍ଜନାଙ୍କ ପରିବାରକୁ ଘର ଖଣ୍ଡିଏ ଯୋଗାଯିବା ସହିତ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ପୂରା ପରିବାର ଉପକୃତ ହେବ ।