ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ୧୫ ଯାଏଁ ଜାରି ରହିବ ଲଗାଣ ବର୍ଷା ।

207

କନକ ବ୍ୟୁରୋ : ରାଜ୍ୟର ସବୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । କେଉଁଠି ଝିପଝିପ୍ ତ ପୁଣି କେଉଁଠି ହେଉଛି ପ୍ରବଳ ବର୍ଷା । ଏପରିକି କିଛି ଜିଲ୍ଲାରେ ସ୍ଥିତି ବେହାଲ କରିଛି ବର୍ଷା । ଆଗକୁ ଏହି ବର୍ଷା ଏମିତି ଜାରି ରହିବ । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଲଗାଣ ବର୍ଷା । ଏହାପରେ କିଛି ମାତ୍ରାରେ ବର୍ଷାର ପରିମାଣ କମିବ । ଆସନ୍ତା ୧୩ ଓ ୧୪ରେ ଅଧିକ ବର୍ଷା ହେବ ।

ଏହାବାଦ୍ ଆସନ୍ତା ୧୩ରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହି ସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଗତ ମୌସୁମୀ ସିଜିନରେ ଜୁନରୁ ଆଜି ଯାଏଁ ୬୬୭ ମିମି ବର୍ଷା ରେକର୍ଡ ହୋଇଛି ।ମୟୂରଭଞ୍ଜ,ସୁନ୍ଦରଗଡ଼,ସୋନପୁର,ଝାରସୁଗୁଡାରେ ଏବେ ବି ବର୍ଷା କମ ରହିଛି । ସେହିଭଳି ଆସନ୍ତା ୧୯ରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରୁଛି ପାଣିପାଗ ବିଭାଗ ।