ଦିଲ୍ଲୀରେ ପୁଣି ଲାଗିଲା କରୋନା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା

141

କନକ ବ୍ୟୁରୋ : ଗୋଟିଏ ପଟେ ସାରା ଦେଶରେ ପୁଣି କରୋନା ସଂକ୍ରମଣ ବଢିଥିବା ବେଳେ ପୂର୍ବଭଳି ଦିଲ୍ଲୀରେ ସର୍ବଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଦିଲ୍ଲୀ ସରକାର ରାଜ୍ୟରେ କରୋନା କଟକଣା ଲଗାଇବା ଆରମ୍ଭ୍ କରିଛନ୍ତି । ଦିଲ୍ଲୀ ସରକାର ପୁଣି ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି କଟକଣାକୁ ଅବମାନନା କଲେ ପୂର୍ବଭଳି ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ଦିଲ୍ଲୀ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବ୍ୟକ୍ତିଗତ କାରରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ମାସ୍କ କଟକଣା ବାଧ୍ୟତାମୂଳକ କରାଯାଇ ନାହିଁ ।

କହିରଖୁ କି ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୨୧୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ଲୋକ କରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି । କୁହାଯାଇଛି କି ପୂର୍ବ ୧୮୦ ଦିନ ମଧ୍ୟରେ ଦିଲ୍ଲୀରେ ଏହା ସର୍ବାଧିକ କରୋନା ସଂକ୍ରମଣ । ଏହା ପୂର୍ବ;ରୁ ଫେବୃଆରୀ ୧୩ ତାରିଖରେ କରୋନା ସଂକ୍ରମଣରେ ସର୍ବାଧିକ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିଏ୪, ବିଏ ୫ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରମିତ ବୋଲି କୁହାଯାଉଛି ।