ଗତ ୨୪ ଘଣ୍ଟାରେ ୧୦ଟି ସ୍ଥାନରେ ପ୍ରବଳ ବର୍ଷା । ନୟାଗଡରେ ସର୍ବାଧିକ ୧୭୦ ଦଶମିକ ୫ ମିମି ରେକର୍ଡ ।

629

କନକବ୍ୟୁରୋ: ଗତ ୨୪ ଘଂଟାରେ ୧୦ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା । ବର୍ଷାର ରିପୋର୍ଟକୁ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସୂଚନା । ନୟାଗଡ ଭାପୁରରେ ସର୍ବାଧିକ ୧୭୦ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ । ଲଘୁଚାପ ବର୍ତମାନ ଉତର ପଶ୍ଚିମ ବଙ୍ଗୋପସାଗରରେ ରହିଛି । ଯାହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ବର୍ଷା ଲାଗି ରହିବ । ଆଜି କେନ୍ଦୁଝର ଓ ମୟୁରଭଞ୍ଜରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲି ଅର୍ଥାତ ୩୦ ଜୁନ୍ରେ ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ । ବର୍ତମାନ ଲଘୁଚାପ ବର୍ଷା ପାଇଁ ୩୦ ପ୍ରତିଶତ ନିଅଂଟିଆ ସ୍ଥିତି ରହିଛି ।