ସାମାନ୍ୟ ବଚସାରୁ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ : ଆଇସିୟୁରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦଶମ ଶ୍ରେଣୀ ଛାତ୍ର

1,143

କନକ ବ୍ୟୁରୋ : ସାମାନ୍ୟ ବଚସାରୁ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ । ଗୁରୁତର ଅବସ୍ଥାରେ ଆଇସିୟୁରେ ଚାଲିଛି ଚିକିତ୍ସା । ପରୀକ୍ଷା ଦେଇ ଫେରୁଥିବା ବେଳେ କିଛି ଛାତ୍ର ତାଙ୍କୁୁ ମରଣାନ୍ତକ ଆକ୍ରମଣ କରିଥିଲେ । ବାଲିପାଟଣା ଜୟଦେବ ସ୍କୁଲର ଛାତ୍ର ବିଶ୍ୱରଞ୍ଜନ ସ୍କୁଲକୁ ପରୀକ୍ଷା ଦେବାକୁ ଯାଉଥିଲେ । ରାସ୍ତାରେ କମେଣ୍ଟମରାକୁ କେନ୍ଦ୍ର କରି କିଛି ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା । ଏଥିରେ ବିଶ୍ୱ ସେମାନଙ୍କୁ ପ୍ରତିରୋଧ କରିବା ସହ ପ୍ରତିବାଦ କରିଥିଲେ ।

ଯାହା ଫଳରେ କିଛି ପିଲା ତାଙ୍କୁ ଧମକ ଚମକ ଦେଇ ଛାଡି ଦେଇଥିଲେ । ପରୀକ୍ଷା ଦେଇ ସଂଧ୍ୟାରେ ଫେରିବା ସମୟରେ ରାସ୍ତାରେ ଅଟକାଇ ବିଶ୍ୱକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ବିଶ୍ୱ ସେଠାରେ ଚେତାଶୂନ୍ୟ ହୋଇପଡ଼ିବା ପରେ ସୋମନେ ତାଙ୍କୁୁ ଛାଡି ଚାଲିଯାଇଥିଲେ । ଏବେ ଛାତ୍ରଙ୍କର ଅବସା୍ଥ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏପରିକି ମାଟ୍ରିକ ସମେଟିଭ ପରୀକ୍ଷା ଚାଲିଥିବା ବେଳେ ଆଜି ବିଶ୍ୱ ଶେଷ ପରୀକ୍ଷାରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖିବକୁ ମିଳିଛି ।