ଘରୋଇ କଳିରୁ ୟୁରୋପର ମଂଟେନେଗ୍ରୋରେ ଘଟିଛି ଭୟାବହ ଗୁଳିକାଣ୍ଡ । ଚାଲିଗଲା ୧୨ ଜୀବନ

93

କନକ ବ୍ୟୁରା: ୟୁରୋପର ମଂଟେନେଗ୍ରୋରେ ଘଟିଛି ଭୟାବହ ଗୁଳିକାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଛନ୍ତି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ପୋଲିସ୍ ସହ ଗୁଳି ବିନିମୟରେ ଆକ୍ରମଣକାରୀ ନିହତ ହୋଇଛି । ମଂଟେନେଗ୍ରୋ ପୋଲିସ୍ ଏହି ସୂଚନା ଦେଇଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବନ୍ଧୁକଧାରୀର ଆକ୍ରମଣରେ ସେଂଟିଜେର ଜଣେ ପୁଲିସକର୍ମୀ ସମେତ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆକ୍ରମଣକାରୀ ରାସ୍ତାରେ ଥିବା ସମସ୍ତ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା, ଯେଉଁଥିରେ ଶିଶୁ ମଧ୍ୟ ସାମିଲ ଥିଲେ । ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ୨ ଗୁରୁତରଙ୍କୁ ପେଡଗୋରିକାର କ୍ଲିନିକାଲ ସେଂଟରରେ ଭର୍ତି କରାଯାଇଚି । ଏହି ଗୁଳିକାଣ୍ଡ ପରେ ପୁଲିସ୍ ଉକ୍ତ ଅଂଚଳକୁ ଘେରାବନ୍ଦୀ କରି ରଖିଛି । ତେବେ ଏହି ଆକ୍ରମଣ ସମ୍ବନ୍ଧରେ ପୋଲିସ୍ କୌଣସି ଆନୁଷ୍ଠାନିକ ବୟାନ ଜାରି କରିନାହିଁ ।