ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ ମିଳୁନି ଅନୁମତି । ଝାରସୁଗୁଡା ଅତିରିକ୍ତ ସେସନ୍ ଜଜ୍ କୋର୍ଟରେ କ୍ରାଇମବ୍ରାଞ୍ଚ ପିଟିସନ୍ ଖାରଜ ।

72

କନକ ବ୍ୟୁରୋ: ମନ୍ତ୍ରୀ ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁ ନେବାକୁ ଅନୁମତି ମିଳୁନାହିଁ । ଜେଏମଏଫସି କୋର୍ଟ ପରେ ଏବେ ଝାରସୁଗୁଡା ଅତିରିକ୍ତ ସେସନ ଜଜ୍ କୋର୍ଟରେ ମଧ୍ୟ କ୍ରାଇମବ୍ରାଞ୍ଚର ରିଭିଜନ ପିଟିସନ ଖାରଜ ହୋଇଯାଇଛି । ତେବେ କୋର୍ଟ ରୁମରେ ଗୋପାଳକୁ ବେଙ୍ଗାଲୁର ନେବା ପାଇଁ କେଉଁ ଯୁକ୍ତି ରଖିଥିଲେ କ୍ରାଇମବ୍ରାଞ୍ଚା ଓକିଲ ? ଓ ତାକୁ କେମିତି ଖଣ୍ଡନ କରିଥିଲେ ପ୍ରତିପକ୍ଷ ଓକିଲ? ତା ଉପରେ ନଜର ପକାନ୍ତୁ…

କ୍ରାଇମବ୍ରାଞ୍ଚର ଯୁକ୍ତି?

  • ଜେଏଫଏମସି-୧ ଯେଉଁ ରାୟ ଦେଇଛନ୍ତି ତାହା ଆଇନଗତ ଭାବେ ଠିକ୍ ନୁହେଁ
  • ରାୟ ପ୍ରକାଶ ବେଳେ ବାସ୍ତବିକତାକୁ ଦୃଷ୍ଟି ଦିଆଯାଇନାହିଁ
  • ଅଭିଯୁକ୍ତର ମାନସିକ ଯାଞ୍ଚ ୧୫ ଦିନିଆ ରିମାଣ୍ଡ ଅବଧି ଭିତରେ ଶେଷ ହେବା କଥା ବୋଲି ଜେଏଫଏମସି ତାଙ୍କ ରାୟରେ କହିଛନ୍ତି
  • ରିମାଣ୍ଡ ପରେ ସୁପର ସ୍ପେସିଆଲ୍ ମେଡିକାଲରେ ଚିକିତ୍ସା କିମ୍ବା ଯାଞ୍ଚ କରାଯାଇପାରିବ ନାହିଁ ବୋଲି ଆଇନରେ କେଉଁଠି ମନା କରାଯାଇନାହିଁ
  • ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ପଠାଇବା ପାଇଁ ତଳ କୋର୍ଟ ଅନୁମତି ଦେବା ଉଚିତ ଥିଲା

ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି

  • ତଳକୋର୍ଟଙ୍କ ରାୟ ଆଇନଗତ ଦୃଷ୍ଟିରୁ ଠିକ୍
  • ଅଭିଯୁକ୍ତ ମାନସିକ ରୋଗରେ ପୀଡ଼ିତ ଓ ତାଙ୍କର ସ୍ୱତନ୍ତ୍ର ମାନସିକ ରୋଗ ଚିକିତ୍ସାଳୟରେ ଯାଞ୍ଚ ଜରୁରୀ ବୋଲି ଆବେଦନ ହୋଇନି
  • ଅଭିଯୁକ୍ତ କିମ୍ବା ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଆବେଦନ କରିନାହାନ୍ତି
  • ପ୍ରଥମ ରିମାଣ୍ଡର ୧୫ ଦିନ ବିତିଯିବା ପରେ ଅଭିଯୁକ୍ତକୁ ଆଉ ରିମାଣ୍ଡରେ ନେଇ ପାରିବନାହିଁ ପୁଲିସ
  • ତେଣୁ ତଦନ୍ତକାରୀ ଅଧିକାରୀ ଯେଉଁ ଆବେଦନ କରିଛନ୍ତି, ତାକୁ ଖାରଜ କରାଯାଉ

କୋର୍ଟଙ୍କ ଅନୁଧ୍ୟାନ

  • ଗୋପାଳ ମାନସିକ ରୋଗରେ ପୀଡ଼ିତ ବୋଲି ଉଲ୍ଲେଖ କରିନାହାନ୍ତି ମେଡିକାଲ୍ ବୋର୍ଡ
  • ଅଭିଯୁକ୍ତକୁ ପୁଲିସ ହେପାଜତରେ ନିମହାନ୍ସ ପଠାଇବା ଅର୍ଥ ହେଉଛି ଅଭିଯୁକ୍ତକୁ ପୁଲିସ ହାତରେ ପୁଣିଥରେ ଅର୍ପଣ କରିବା
  • ଅଭିଯୁକ୍ତକୁ ବେଙ୍ଗାଲୁରୁ ପଠାଇବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଅନୁମତି ଦେବା ଆଇନଗତ ଭାବେ ଠିକ୍ ନୁହେଁ