କ୍ରାଇମବ୍ରାଞ୍ଚ ଚାର୍ଜସିଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ: କହିଲେ, ନବଙ୍କୁ ହତ୍ୟା କରିବା ପାଇଁ ନୁହେଁ, ମାନସିକ ପୂରଣ ପରେ ହୋଇଥିଲେ ଲଣ୍ଡା

881

କନକ ବ୍ୟୁରୋ: କ୍ରାଇମବ୍ରାଂଚ ଚାର୍ଜସଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ । ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସ କହିଛନ୍ତି ଯେ ନବଙ୍କୁ ହତ୍ୟା କରିବା ପାଇଁ ମାନସିକ ରଖି ଲଣ୍ଡା ହୋଇନଥିଲେ ଗୋପାଳ । ବରଂ ବ୍ୟକ୍ତିଗତ କାରଣ ପାଇଁ ଭାଇ ଗୋପାଳଙ୍କ ସହ ମିଶି ସେ ଝାରସୁଗୁଡ଼ା ଯାଇଥିଲେ । ଆଉ ସେଠାରେ ମାନସିକ ପୂରଣ ପରେ ଭାଇଙ୍କ ସହ ମିଶି ମୁଣ୍ଡନ କରିଥିଲେ ବୋଲି ସତ୍ୟନାରାୟଣ କହିଛନ୍ତି ।