ଘଟଗାଁକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା । ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ କୋଟିର ପ୍ୟାକେଜ ଘୋଷଣା

198

କନକ ବ୍ୟୁରୋ: ମା’ ତାରିଣୀ ପୀଠକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀହ ମାନ୍ୟତା । ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଜେଡି ସରକାର ୫୦ କୋଟି ଟଙ୍କା ଦେଇଥିଲେ । କିନ୍ତୁ ପୀଠର ବିକାଶ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜିଲ୍ଲା କେନ୍ଦୁଝର ଗସ୍ତ କରିଛନ୍ତି । ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଚାଲି ଚାଲି ଯାଇ ବ୍ୟାରିକେଟ୍ ପାଖରେ ଥିବା ଲୋକଙ୍କୁ ଭେଟିଥିଲେ । ଏହା ପରେ ରୋଡ୍ ସୋ’ କରିଥିଲେ ମୁଖ୍ୟମନ୍ତ୍ରୀ । ରୋଡ୍ ସୋ’ କରି ମା’ ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ମୋହନ ମାଝୀ । ରୋଡ୍ ସୋ’ ବେଳେ ରାସ୍ତାର ଦୁଇ ପାଖରେ ଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ ।