ରଜନୀକାନ୍ତଙ୍କ ଚିକିତ୍ସାରେ ଅର୍ଥସାଜିଛି ବାଧକ। ଫୁସଫୁସ ପ୍ରତିରୋପଣ ପାଇଁ ଦରକାର ଦେଢକୋଟି। 

178

କନକ ବ୍ୟୁରୋ : ଆପଣ ଚାହିଁଲେ ମୋ ସ୍ୱାମୀ ବଞ୍ଚିପାରିବେ । ସ୍ୱାମୀର ଜୀବନରକ୍ଷା ପାଇଁ ଆକୂଳ ନିବେଦନ କରୁଛନ୍ତି ସନ୍ତୋଷୀ ମହାନ୍ତି । ଚିକିତ୍ସା ପାଇଁ ଦେଢ କୋଟି ଲୋଡାଥିବା ବେଳେ କେଉଁଠୁ ଆଣିବେ ଏତେ ଟଙ୍କା ତାକୁ ନେଇ ଚିନ୍ତାରେ ପୂରା ପରିବାର । ଗତ ୪ ବର୍ଷ ଧରି ଫୁସଫୁସ ସଂକ୍ରମଣର ଶିକାର ହୋଇଛନ୍ତି କଟକ ଫିରିଙ୍ଗିବଜାରର ରଜନୀକାନ୍ତ ମହାନ୍ତି । ଦୁଇଟିଯାକ ଫୁସଫୁସ ନଷ୍ଟ ହୋଇଥିବାରୁ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ହାତରେ ଆଉ ଦେଢମାସ ସମୟ ଥିବା ବେଳେ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ଦେଢକୋଟି ଟଙ୍କାର ଆବଶ୍ୟକତା ରହିଛି । ପାଖରେ ଯାହା ଥିଲା ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି । କେଉଁଠୁ ଟଙ୍କା ଆଣି ସ୍ୱାମୀଙ୍କ ଚିନ୍ତା କରିବେ ସେ ନେଇ ଚିନ୍ତାରେ ସନ୍ତୋଷୀ ।

ରଜନୀକାନ୍ତ ପେସାରେ ଜଣେ ସେଲସମ୍ୟାନ । ପରିବାରରେ ତାଙ୍କ ପତ୍ନୀ ସହ ୬ ବର୍ଷର ଗୋଟିଏ ଝିଅ ରହିଛି । ଭଡାଘରେ ରହୁଥିବା ରଜନୀକାନ୍ତଙ୍କ ଘର ଖର୍ଚ୍ଚ ସହ ଔଷଧ ଖର୍ଚ୍ଚ ତୁଲାଉଛନ୍ତି ଶ୍ୱଶର । ଗୁପଚୁପ ବିକ୍ରି କରି ସେ ପରିବାର ଚଳାଉଛନ୍ତି । ୨୦୧୯ ମସିହାରେ ହଠାତ ପ୍ରଥମେ ଜ୍ୱର ଓ କାଶ ହୋଇଥିଲା ଏନେଇ ସେ ଡାକ୍ତରଙ୍କୁ ଦେଖାଇଥିଲେ । ତେବେ ସେତେବେଳେ ଡାକ୍ତର ପରୀକ୍ଷା କରିବା ପରେ କୌଣସି ରୋଗ ନଥିବା କହିଥିଲା । ତେବେ ଗତ ଏପ୍ରିଲ ମାସରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ଦୁଇଟି ଯାକ ଫୁସଫୁସ ନଷ୍ଟ ହୋଇଯାଇଛି । ଫୁସଫୁସ ପ୍ରତିରୋପଣ ତାଙ୍କ ପାଇଁ ଏକମାତ୍ର ବାଟ ଥିବା ଡାକ୍ତର କହିଛନ୍ତି ।

ସ୍ୱାମୀଙ୍କ ଚିକିତ୍ସା ପାଇଁ ସନୋଷୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ତେବେ ଆପଣମାନେ ଚାହିଁଲେ ମଧ୍ୟ ରଜନୀକାନ୍ତଙ୍କୁ ସହାୟତା କରିପାରିବେ । ସହାୟତା ପାଇଁ ୯୮୫୩୩୪୦୭୫୦ ନମ୍ବରରେ ଯୋଗାଯୋଗ କରିପାରିବେ ।