ଜୁଲାଇ ୮ ତାରିଖରୁ ୨୭ ତାରିଖ ଯାଏଁ ହେବ ରତ୍ନଭଣ୍ଡାର କାମ । ଓଡିଶା ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ ।

130

କନକ ବ୍ୟୁରୋ: ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ଜୁଲାଇ ୮ ତାରିଖରୁ ୨୭ ତାରିଖ ଯାଏଁ ହେବ ରତ୍ନଭଣ୍ଡାର କାମ । ଏହି ୧୯ ଦିନରେ ରତ୍ନଭଣ୍ଡାରର ଯାଞ୍ଚ ହେବା ସହିତ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ଏବଂ ମଣତି କରାଯିବ । ତେବେ ଏଥିପାଇଁ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ଯିଏକି ତଦାରଖ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଆସନ୍ତା ୫ ତାରିଖରେ ରତ୍ନଭଣ୍ଡାର ମିଟିଂ ବସିବ । ଏହାପରେ ଜୁଲାଇ ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି କାମ ହେବ । ସୂଚନାଯୋଗ୍ୟ ଯେ, ଆସନ୍ତା ୭ ତାରିଖରେ ହେବାକୁ ଯାଉଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା । ଏହିଦିନ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କ ସାଙ୍ଗରେ ନେଇ ମାଉସୀ ମାଆ ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏହାପରେ ବାହୁଡା ଯାତ୍ରା, ରଥ ଉପରେ ସୁନାବେଶ, ଅଧରପଣା ପରେ ମହାପ୍ରଭୁ ୧୯ ତାରିଖରେ ନୀଳାଦ୍ରୀ ବିଜେ କରିବେ ।