ବିନା ବିବାହରେ ପିଲା ଜନ୍ମ କରିବାକୁ ମଞ୍ଜୁରୀ । ଜନସଂଖ୍ୟା ବୃଦ୍ଧି କରିବା ପାଇଁ ଚୀନର ନିଷ୍ପତ୍ତି

229

କନକ ବ୍ୟୁରୋ : ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ସର୍ବପ୍ରଥମେ ଆସିଥାଏ ଚୀନର ନାଁ । ଚୀନର ଜନସଂଖ୍ୟା ୧୪୧କୋଟିରୁ ଅଧିକ ରହିଛି । ତଥାବି ଜୟସଂଖ୍ୟା ବଢାଇବାକୁ ଚାହୁଁଛନ୍ତି ଚୀନ୍ ସରକାର । ଅଧିକ ପିଲା ଜନ୍ମ କରିବା ପାଇଁ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେଉଛନ୍ତି ଚୀନ୍ ସରକାର । ଯାହାକୁ ନେଇ ପ୍ରଶ୍ନ ଉଠିଛି, କାହିଁକି ଏପରି କରିବାକୁ ଚାହୁଁଛି ଚୀନ୍ ?
ମିଳିଥିବା ସୂଚନା ଆଧାରରେ ଚୀନର ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କରୋନା କାରଣରୁ ମୃତ୍ୟୁ ହେଉ ବା ଅନ୍ୟାନ୍ୟ କାରଣ ପାଇଁ ହେଉ । ଚୀନର ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବାରୁ ଜନସଂଖ୍ୟା ବୃଦ୍ଧି କରିବା ନେଇ ନିୟମ ପରିବର୍ତ୍ତନ କରୁଛି ଚୀନ୍ । ପୂର୍ବରୁ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଚୀନ୍ ପୂର୍ବରୁ ଅନେକ ଆଇନ୍ ଆମିଥିଲା କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରିଛି ଚୀନ୍ । ଲୋକଙ୍କୁ ଅଧିକ ପିଲା ଜନ୍ମ କରିବା ଦିଗରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଗର୍ଭବତୀ ମହିଳାଙ୍କୁ ବିନା ଦରମା କାଟରେ ଅଫିସରୁ ଛୁଟି ମିଳିବା ସହ, ମେଡିକାଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରୁଛନ୍ତି ଚୀନ୍ ସରକାର । ସବୁଠୁ ବଡ କଥା ହେଉଛି ସିଜୁଆନରେ ବିବାହ ବିନା ମାଆ ହେଉଥିବା ମହିଳାଙ୍କୁ ବି ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ସରକାର । ବିବାହ ବିନା ଯେଉଁ ମହିଳା ମାଆ ହେବେ ସେମାନଙ୍କୁ ମଧ୍ୟ ଅନ୍ୟଙ୍କ ଭଳି ସୁବିଧା ପ୍ରଦାନ କରିବା ପାଇଁ ସିଜୁଆନ୍ ପ୍ରଶାସନ ଘୋଷଣା କରିଛନ୍ତି ।