ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ । ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ନେଉଛନ୍ତି ଫାଇଦା

396

କନକ ବ୍ୟୁରୋ : ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ହୋଇଛି । ଆଜି ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ହେଉଥିବାରୁ ଏହାର ଫାଇଦା ନେଉଛନ୍ତି ଅସାଧୁ ବ୍ୟକ୍ତି । ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଠକେଇ କରୁଛନ୍ତି ।

ଅଭିଯୋଗ ଅନୁସାରେ, ବାହାରେ ରୋଷେଇ କରାଯାଇ ମହାପ୍ରସାଦ କହି ବିକ୍ରି ହୋଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି, ଏପରି କରି ମହାପ୍ରଭୁଙ୍କ ଭକ୍ତଙ୍କ ଭାବନା ପ୍ରତି ଖେଳାଯାଇଛି । ସାମାନ୍ୟ ଅର୍ଥ ଲୋଭ ପାଇଁ ଆମର ସଂସ୍କୃତିକୁ ନଷ୍ଟ କରାଯାଇଛି । ଏପରି କାର୍ଯ୍ୟ ଯେପରି ଆଗକୁ ନହୁଏ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।