ଖୋର୍ଦ୍ଧାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍: ଓଡିଶାରେ ନିଜର କ୍ରିକେଟ ଏକାଡେମୀ ଖୋଲିବାକୁ ରଖିଛନ୍ତି ଲକ୍ଷ୍ୟ

338

କନକ ବ୍ୟୁରୋ: ଖୋର୍ଦ୍ଧାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଆଝାରୁଦ୍ଦିନ୍ ଓଡିଶାରେ ନିଜର ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ସେ ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି । ଆଜି ଖୋର୍ଦ୍ଧା ବରୁଣେଇ ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ବୁଲି ଦେଖିଛନ୍ତି । ଶିକ୍ଷାନୁଷ୍ଠାନର ଭିତିଭୂମି ବୁଲି ଦେଖିବା ସହିତ ଅନୁଷ୍ଠାନର କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ଓଡିଶାରେ କ୍ରିକେଟ ଏକାଡେମି ଖୋଲିବା ପାଇଁ ଆଝାରୁଦ୍ଦିନ୍ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିସାରିଥିବା ସୂଚନା ରହିଛି । ସେ ଏଠାରେ କ୍ରିକେଟ ଏକାଡେମୀ ଖୋଲି ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ସେ କ୍ରୀଡା ଏବଂ ଯୁବସେବା ସଚିବ ଭିନିଲ କ୍ରିଷ୍ଣାଙ୍କ ସହ ଆଲୋଚନା କରିଛନ୍ତି ।