ପ୍ରଚଣ୍ଡ ଖରା ଯୋଗୁଁ ପୁଣି ବଢୁଛି ବନାଗ୍ନୀ : ରାଜ୍ୟରେ ୯୯୪ ସ୍ଥାନରେ ଜଳୁଛି ଜଙ୍ଗଲ

97

କନକ ବ୍ୟୁରୋ : ପୁଣି ବଢୁଛି ବନାଗ୍ନି । ରାଜ୍ୟରେ ୯୯୪ ସ୍ଥାନରେ ଜଳୁଛି ଜଙ୍ଗଲ । ଦକ୍ଷିଣ ଓ ପଶ୍ଚମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି । ପ୍ରଥମେ ପଶ୍ଚିମାଝଡ଼ ଓ ପରେ କାଳବୈଶାଳୀ ଯୋଗୁଁ ଜଙ୍ଗଲରେ ଲାଗିଥିବା ନିଆଁ ଲିଭି ଯାଇଥିଲା । ହେଲେ ଗତ କିଛି ଦିନ ହେବ ପାରଦ ଉପରମୁହାଁ ହେବାକୁ ପୁଣି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ଶିମିଳିପାଳ ଜଙ୍ଗଲରେ ନଆଁ ବ୍ୟାପିବାରେ ଲାଗିଛି । ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଗଜପତି, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ବାଲେଶ୍ୱର, ନୟାଗଡ ଏବଂ ଅନୁଗୁଳ ଜିଲ୍ଲାରେ ଥିବା ଜଙ୍ଗଲରେ ନିଆଁ ଜଳୁଛି । ନିଆଁ ଅଣାୟତ ସ୍ଥିତିରେ ପହଞ୍ଚିଯାଇଛି । ତେବେ ନଭେମ୍ବରରୁ ଆଜି ଯାଏଁ ରାଜ୍ୟରେ ୨୩ ହଜାର ୭୧୬ ବନାଗ୍ନୀ ସୃଷ୍ଟି ହୋଇଛି ।