ମାଲକାନଗିରିରେ ଜମୁଛି ପ୍ରସିଦ୍ଧ ବଡ ଯାତ୍ରା । ବିରାଟ ପଟୁଆରରେ କନ୍ୟାଗାଝିବନ୍ଧରୁ ବାହାରୁ ମାଣ୍ଡିଆଭାଟି ପୂଜା ମଣ୍ଡପରେ ପହଞ୍ଚିଲେ ତିନି ଠାକୁର

63

କନକ ବ୍ୟୁରୋ : ମାଲକାନାଗିରିରେ ଜାରି ରହିଛି ପ୍ରସିଦ୍ଧ ବଡ ଯାତ୍ରା । ଏକ ବିରାଟ ପଟୁଆରରେ ତିନି ଠାକୁର ମାଲକାନଗିରି ସହରର କନ୍ୟାମାଝିବନ୍ଧରୁ ବାହାରି ମାଣ୍ଡିଆଇଭଟା ପୂଜା ମଣ୍ଡପରେ ପହଂଚିଛନ୍ତି ।
ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ହଜାର ହଜାର ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ରଙ୍ଗାରଙ୍ଗ ଆଲୋକମାଳା ସାଙ୍ଗକୁ ବାଜା, ରୋଶଣୀରେ ତିନି ଠାକୁର କାନାମରାଜୁ, ବାଲାରାଜୁ ଏବଂ ଦେବୀ ମୁତ୍ୟାଲୁଆମ୍ବାଙ୍କ ଏହି ଶୋଭାଯାତ୍ରା ବେଶ ଆକର୍ଷିଣିୟ ସାଜିଛି । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ପାରମ୍ପାରିକ ନାଚଗୀତ ସାଙ୍ଗକୁ କାଳୀଶି ନାରେ ଫାଟି ପଡୁଛି ପୁରା ପରିବେଶ ।