‘ମହିଳାଙ୍କ ଉପରେ ଥିବା ମିଛ ମାମଲା ରଦ୍ଦ ହେବ’: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା

972

କନକ ବ୍ୟୁରୋ: ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ  ରଦ୍ଦ କରାଯିବ । ଏନେଇ  ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ ପଦକ୍ଷେପ । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ ୩୫୪, ୩୭୬ ଭଳି  ଦଫା ଲାଗିବା ଠିକ ନୁହେଁ । ଏଭଳି ମିଛ କଥାରେ ସଙ୍ଗିନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବଂ ମହିଳାଙ୍କ ଉପରେ ଲାଗିଥିବା ସବୁ ମିଛ ମାମଲାକୁ ଖୁବ ଶୀର୍ଘ ରଦ୍ଦ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।