ମଣିପୁରରେ ଥମୁନି ହିଂସା, କମୁନି ଉତ୍ତେଜନା : ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କଲେ ୫୦ ଉପଦ୍ରବକାରୀ; ଫିଙ୍ଗିଲେ ପେଟ୍ରୋଲ ବୋମା, ଲଗାଇଲେ ନିଆଁ

107

କନକ ବ୍ୟୁରୋ : ମଣିପୁରରେ ଥମୁନି ହିଂସା । ସାଧାରଣ ଜନତାଙ୍କ ପରେ ଏବେ ଉପଦ୍ରବକାରୀଙ୍କ ଟାର୍ଗେଟରେ ଏବେ ନେତା,ମନ୍ତ୍ରୀ, ସୁରକ୍ଷାକର୍ମୀ । ପୂର୍ବ ଇମ୍ପାଲର କୋଙ୍ଗବାରେ ଥିବା ରାଷ୍ଟ୍ରମନ୍ତ୍ରୀ ଆରକେ ରଞ୍ଜନଙ୍କ ଘରକୁ ପୋଡିଜାଳି ପାଉଁଶ କରିଛନ୍ତି ଉପଦ୍ରବକାରୀ । ଘର ଉପରକୁ ଅଧରାତିରେ ଆକ୍ରମଣ, ପରେ ଭଙ୍ଗାରୁଜା ଓ ପୋଡାଜଳା କରାଯାଇଛି । ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ମନ୍ତ୍ରୀଙ୍କ ଘରେ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ୱେ ଏଭଳି ଅଘଟଣ କିଭଳି ଘଟିଲା ?

ଲଗାତାର ମନ୍ତ୍ରୀ ଓ ନେତାଙ୍କ ଘର ଉପରକୁ ଆକ୍ରମଣ ପରେ ସରକାର କଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଘଟଣାକୁ ନେଇ ମନ୍ତ୍ରୀ ଆରକେ ରଞ୍ଜନ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଘଟଣାରେ ସେ ସବ୍ଧ ହୋଇଛନ୍ତି ଓ ରାଜ୍ୟରେ ଆଇନ ଶୃଖଂଳା ପରିସ୍ଥିତି ବିଗିଡିବାରେ ଲାଗିଛି ବୋଲି କହିଛନ୍ତି । ଦିନକ ପୂର୍ବରୁ ଅନ୍ୟଜଣେ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଥିଲେ ଉପଦ୍ରବକାରୀ । ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ମଣିପୁର ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ବିଜେପିର ଘୃଣାର ରାଜନୀତିରେ ମଣିପୁର ଜଳୁଥିବା ରାହୁଲ କହିଛନ୍ତି ।