ବିଜେପିରେ ଯୋଗ ଦେବେ ହାର୍ଦ୍ଦିକ ପଟେଲ: ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା 

281

କନକ ବ୍ୟୁରୋ: ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ । ଆସନ୍ତା ଜୁନ ୨ରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପଟିଦାର ନେତା । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିର ହାତ ଧରିବାକୁ ଯାଉଛନ୍ତି । କଂଗ୍ରେସ ଛାଡିବା ପରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା ।

ହାର୍ଦ୍ଦିକ ପଟେଲ କଂଗ୍ରେସର ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଥିଲେ । ହେଲେ ଏଥିରେ ସେ ଖୁସି ନଥିଲେ । ସେ ଅଭିଯୋଗ କରିଥିଲେ ତାଙ୍କୁ ନିଷ୍ପତ୍ତି ନେବାର ସ୍ୱତନ୍ତ୍ରତା ଦିଆଯାଉନଥିଲା । ଏଥିପାଇଁ ସେ ୧୮ ମେ ୨୦୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳ ଛାଡିବା ସହ ସେ କଂଗ୍ରେସକୁ ଟାର୍ଗେଟ ମଧ୍ୟ କରିଥିଲେ ।