ପୁଣି ପ୍ରେମରେ ପଡିଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଜାଣନ୍ତୁ, କିଏ ସେ…

147

କନକ ବ୍ୟୁରୋ : ଏଲନ୍ ମସ୍କ ପୁଣିଥରେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ହେଲେ ଏଥର ସେ ଏକ ଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଛନ୍ତି । ସୂଚନାନୁସାରେ, ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗି ବ୍ରିନଙ୍କ ପତ୍ନୀ ନିକୋଲ୍ ଶାନାହାନଙ୍କ ସହ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କର ପ୍ରେମ ସମ୍ପର୍କ ରହିଛି । ତେବେ ମସ୍କ ଏଭଳି ଆଲୋଚନାକୁ ନିରାଧାରା ବୋଲି କହିଛନ୍ତି ।

ଏ ନେଇ ଏଲନ୍ ମସ୍କ ନିଜର ମତ ସ୍ପଷ୍ଟ କରିଛନ୍ତି । ଏସ ଏହାକୁ ଗୁଜବ ବୋଲି କହିଛନ୍ତି । ମସ୍କ କହିଛନ୍ତି ଯେ ସର୍ଗୀ ଏବଂ ସେ ଜଣେ ଭଲ ବନ୍ଧୁ । ଗତକାଲି ରାତିରେ ଏକ ପାର୍ଟିରେ ଉଭୟ ଏକାଠି ହୋଇଥିଲେ । ସେ ନିକୋଲଙ୍କୁ ମାତ୍ର ଦୁଇରୁ ତିନି ଥର ଦେଖିଛନ୍ତି । ସେତେବେଳେ ଅନେକ ଲୋକ ତାଙ୍କର ଚାରିପାଖରେ ଥିଲେ । ଏଥିରେ କିଛି ବି ରୋମାଣ୍ଟିକ୍ ନୁହେଁ ।

ଅନ୍ୟପକ୍ଷରେ ଆଉ ଏକ ମିଡିଆ ରିପୋର୍ଟ ଅନୁସାରେ, ଏଲନ୍ ମସ୍କ ଏବଂ ନିକୋଲ ଶାହାନାଜଙ୍କ ମଧ୍ୟରେ ଗତବର୍ଷ ଡିସେମ୍ବରରେ ପ୍ରେମ ସମ୍ପର୍କ ରହିଥିଲା । ଯାହା ପରେ ଜାନୁଆରୀରେ ୪୮ ବର୍ଷୀୟ ସର୍ଗୀ ବ୍ରିନ୍ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଏମିତିକି ଏହି ଘଟଣା ପରେ ମସ୍କଙ୍କ ସହ ସର୍ଗି ବ୍ରିନଙ୍କ ପୁରୁଣା ବନ୍ଧୁତା ମଧ୍ୟ ଭାଙ୍ଗି ଯାଇଥିଲା । ୨୦୦୮ର ଆର୍ଥିକ ସାହାଯ୍ୟ କରିଥିଲେ । ସୂଚନାନୁସାରେ, ପ୍ରଥମେ ଟେସଲା କାର ପାଇଥିବା ଲୋକଙ୍କ ତାଲିକାରେ ବ୍ରିନ୍ ରହିଥିଲେ । ବ୍ରିନ୍ ମସ୍କରୁ ୫ ନିୟୁତ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।