ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ଷଡଯନ୍ତ୍ର । ଭୋଟିଂ ମେସିନ୍ ଜବତ କରିନେବାକୁ ସେନାଧିକାରୀଙ୍କୁ ଦେଇଥିଲେ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିରୋଧରେ ବଡ ଖୁଲାସା । ଆମେରିକାର ‘ନ୍ୟାସନାଲ ଆର୍କାଇଭ’ ପକ୍ଷରୁ ସାମନାକୁ ଆସିଛି ଟ୍ରମ୍ପଙ୍କର ଷଡଯନ୍ତ୍ର । କ୍ଷମତାର ମୋହ ଟ୍ରମ୍ପଙ୍କୁ କିପରି ବେଆଇନ କାମ କରିବାକୁ ପ୍ରେରିତ କରିଥିଲା ତାହା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି । ନିର୍ବାଚନ ହାରିଯିବା ପରେ ଟ୍ରମ୍ପ କିପରି ରାଗିଯାଇଥିଲେ ଏବଂ ସମସ୍ତ ଭୋଟିଙ୍ଗ ମେସିନ୍ ଗୁଡିକୁ ଅକ୍ତିଆର କରିନେବାକୁ ବରିଷ୍ଠ ସେନାଧିାରୀଙ୍କୁ ନିଦେର୍ଦଶ ଦେଇଥିଲେ ତାହା ଏଥିରେ ସ୍ପଷ୍ଟ କରାଯାଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ବେଳକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହ୍ୱାଇଟ ହାଉସ୍ ପକ୍ଷରୁ ‘ଡ୍ରାଫ୍ଟ ଏକଜିକ୍ୟୁଟିଭ ଅର୍ଡର’ ପ୍ରସ୍ତୁତ କରାଯାଇଥିଲା ।ଏହାର ଆଧାରରେ ‘ନ୍ୟାସନାଲ ଆର୍କାଇଭ’ ପକ୍ଷରୁ ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଏହାର ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିବା ପରେ ଭେଟିଂ ମେସିନ ଜବତ କରିବାକୁ ଆମେରିକାର ଜଣେ ଶୀର୍ଷ ସେନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ହ୍ୱାଇଟ୍ ହାଉସ ପକ୍ଷରୁ ଏ ନେଇ ଲିଖିତ ଆଦେଶ ମଧ୍ୟ ଜାରି କରାଯାଇଥିଲା । ‘ନ୍ୟାସନାଲ ଆର୍କାଇଭ’ ବା ଜାତୀୟ ଅଭିଲେଖାଗାର ଦ୍ୱାରା ପ୍ରକାଶିତ ରିପୋର୍ଟ ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଲୋକଙ୍କର ସମର୍ଥନ ନଥାଇ ବି ସେ କ୍ଷମତାରେ ରହିବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ ହ୍ୟାକ୍ କରାଯାଇଥିବା ଭୋଟିଂ ମେସିନ ବାବଦରେ ଏହି ରିପୋର୍ଟରେ ଆହୁରି ଅନେକ ତଥ୍ୟ ରହିଛି । କିପରି ଭୋଟ ସଂଖ୍ୟା ବଢାଇବାକୁ ଟ୍ରମ୍ପ ଷଡଯନ୍ତ୍ର କରିଥିଲେ ସେନେଇ ମଧ୍ୟ ଉଲ୍ଲେଖ ଅଛି ।
କେବଳ ଏତିକି ନୁହେଁ ଏହି ଷଡଯନ୍ତ୍ରକୁ ଲୁଚାଇବାକୁ ତଥା ଏହି ଘଟଣାକୁ ମୁକାବିଲା କରିବାକୁ ଟ୍ରମ୍ପ ଜଣେ ଦକ୍ଷ ଓକିଲଙ୍କୁ ନିଯୁକ୍ତ କରିଥିଲେ । ହେଲେ ଏନେଇ ଟ୍ରମ୍ପ କୌଣସି ପ୍ରମାଣ ରଖିନଥିଲେ ବୋଲି କୁହାଯାଉଛି ।