ପୁଣି ତଳ ମୁହାଁ କରୋନା ସଂକ୍ରମଣ । ରାଜ୍ୟରେ ୯ଜାର ତଳକୁ ଆସିଲା ୨୪ ଘଣ୍ଟାର କରୋନା ମାମଲା

184

କନକ ବ୍ୟୁରୋ : ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟା ଭିତରେ ୮ ହଜାର ୮୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ଭିତରେ ୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୬୨୮, କୋରାପୁଟରୁ ୨୦୩, କନ୍ଧମାଳରୁ ୧୦୯, ଯାଜପୁରରୁ ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ା ୧୪୪, ଢେଙ୍କାନାଳରୁ ୧୦୦, ଜଗତସିଂହପୁରରୁ ୧୮୦, କେନ୍ଦୁଝରରୁ ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧ ହଜାର ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ରାଜ୍ୟରୁ ବି ଆସ୍ୱସ୍ତିକର ଖବର ଆସିଛି । ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ମାମଲା । ଗତକିଛି ଦିନ ସଂକ୍ରମଣହାର ବଢିବା ପରେ ଏବେ ତଳକୁ ଖସୁଛି କରୋନା ଗ୍ରାଫ୍ । ଅନ୍ୟପଟେ, ଲୋକେ ସଚେତନ ରହୁଥିବା ଦେଖିବାକୁ ମିଳୁଛି । ସମସ୍ତେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରୁଥିବା ଦେଖିବାକୁ ମିଳିଛି । ଆଗକୁ ଏହି ସଂକ୍ରମଣ ସଂଖ୍ୟା କମିବ ବୋଲି ଆଶା କରାଯାଉଛି