ଡାକ୍ତରଙ୍କ ଅବହେଳା, ଜନ୍ମହେବା ଆଗରୁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ

91

କନକ ବ୍ୟୁରୋ: ଡାକ୍ତରଙ୍କ ଅବହେଳା ଯୋଗୁଁ ଜନ୍ମହେବା ଆଗରୁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ । କେନ୍ଦୁଝର ବଡ଼ବିଲ ପୌରପାଳିକା ଅଂଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜାଦବସ୍ତି ଅଂଚଳର ଜଣେ ଗର୍ଭବତୀଙ୍କୁ ଭର୍ତି କରାଯାଇଥିଲା । ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ମେଡ଼ିକାଲ ଆଣିଥିଲେ । ହେଲେ ତାଙ୍କର ସମୟ ହୋଇନାହିଁ କହି ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି ।

ସେଠାରେ ଉପସ୍ଥିତ ଥିବା ମେଡ଼ିକାଲ କର୍ମଚାରୀ ଓ ନର୍ସଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବି ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ମହିଳା ଜଣଙ୍କ ଏକ ମୃତ ସନ୍ତାନ ଜନ୍ମଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି