ଉପାନ୍ତ ଅଂଚଳରେ କାହିଁକି ହେଉଛି ଶିଶୁ ମୃତ୍ୟୁ ? ରୋଗର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍ ।

119

କନକବ୍ୟୁରୋ: ଉପାନ୍ତ ଅଂଚଳରେ କାହିଁକି ହେଉଛି ଶିଶୁ ମୃତ୍ୟୁ । କି ପ୍ରକାର ରୋଗ ନେଉଛି ଜୀବନ । ରୋଗର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍ । ଆଜି କାଶୀପୁର ବ୍ଳକର ମନୁଷପଦର ଗାଁ ଓ କୋରାପୁଟ ଜିଳ୍ଳାର ବନ୍ଧୁଗାଁ ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଟିମ୍ । ଶିଶୁ ମୃତ୍ୟୁର କାରଣ ଖୋଜିବା ସହିତ ଡ଼ାକ୍ତରି ଟିମ ସହ ଆଲୋଚନା କରିଛନ୍ତି । ଏସବୁ ଭିତରେ ମେଡ଼ିକାଲ ଉପରେ ଆଉ ଭରସା ନାହିଁ, ଆବଶ୍ୟକ ଅନୁସାରେ ସେବା ମିଳୁନଥିବା ଅଭିଯୋଗ କରିଛନ୍ତି କୋରାପୁଟ ନାରାୟଣପାଟଣା ବାସିନ୍ଦା । ଜ୍ୱର ହେଲେ ଭୟ ଲାଗୁଛି। ପିଲାଟିଏ ଅସୁସ୍ଥ ହେଲେ ବାପାମାଆଙ୍କ ମନରେ ଛକନା ପସୁଛି । ଘର ପାଖରେ ଥିବା ଡାକ୍ତରକାନାରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ଡାକ୍ତର ନଥିବାରୁ ସାମାନ୍ୟ ଜର ହେଲେ ବି ରୋଗୀଙ୍କୁ ଘର ଠାରୁ ୮୦ କିଲୋମିଟର ଦୂର ଡାକ୍ତରଖାନାକୁ ନେବାକୁ ପଡୁଥିବା ଅଭିଯୋଗ ହୋଇଛି ।

ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡ଼ାକ୍ତର। ୨୩ ଜଣଙ୍କ କାମ ୫ ଜଣ କରୁଥିବାରୁ ଶିଶୁ ମୃତ୍ୟୁର କାରଣ ଜଣାପଡୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଗତ ୧୦ ଦିନରେ ୬ ଜଣ ଶିଶୁଙ୍କ ଜୀବନ ଯାଇଛି। ଶିଶୁ ମୃତ୍ୟୁର କାରଣ ପଚାରିଲେ ସ୍ୱାସ୍ଥ୍ୟ ବିଭାଗ ଚୁପ୍ ରହୁଥିବାରୁ ଦୋ-ଛକିରେ ନାରାୟଣପାଟଣା ଅଚଂଳବାସୀ। ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ଡ଼ାକ୍ତରଙ୍କ ଅଭାବ ପାଇଁ ଲୋକମାନେ କ୍ୱାକ୍ ହାବୁଡରେ ପଡୁଛନ୍ତି । ଠିକ ଭାବେ ଚିକିତ୍ସ ମିଳୁନାହିଁ, ରୋଗୀ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଚଂଳରେ ତୀବ୍ର ପ୍ରତିକ୍ରୀୟା ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତି ଅଂଚଳରେ ନୂଆ ସିଏଚ୍‌ସି ପାଇଁ ସରକାରଙ୍କ ୧୨ କୋଟି ଅନୁଦାନ ଦିଆଯାଇଛି । ଡାକ୍ତରଖାନା ପାଇଁ ଜାଗା ନଥିବାରୁ ଟଙ୍କା ସେମିତି ପଡିରହିଛି ।