ଲୋକସେବା ଭବନରେ ‘ଦମନ’ ପ୍ରଦର୍ଶିତ : ମୁଖ୍ୟ ଶାସନ ସଚିବ କହିଲେ, ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାମ କରୁଥିବା ଡାକ୍ତରଙ୍କୁ କରିବ ଉତ୍ସାହିତ

81

କନକ ବ୍ୟୁରୋ : ଲୋକସେବା ଭବନରେ ପ୍ରଦର୍ଶିତ ହେଲା ଦମନ । କନଭେନ୍ସନ୍ ସେଣ୍ଟରରେ ଏହି ଫିଲ୍ମ ପ୍ରଦର୍ଶତ ହୋଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଏହା ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ ।

ଲୋକପ୍ରିୟତା ବଢିବାରୁ ଏହା ହୀନ୍ଦି ଭାଷାରେ ଡବିଂ ହେବାକୁ ଯାଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିବ । ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଭିନେତା ବାବୁସାନ୍, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା, ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ ।