ଥାନା ସାଜିଲା ବେଦୀ, ହେଲା ବାହାଘର : ଯୁବକ, ଯୁବତୀଙ୍କ ବିବାହ କରାଇଲେ ଥାନା ଅଧିକାରୀ

120

କନକ ବ୍ୟୁରୋ : ପୁଣି ଥାନାରେ ବାହାଘର । ପରିବାର ଲୋକଙ୍କ ବାରଣ ସତ୍ୱେ ଥାନାରେ ବାହା ହେଲେ ପ୍ରେମୀଯୁଗଳ । ସ୍ଥାନୀୟ ଗୁଲନଗର ଗାଁର ଆଲୋକ ସେଠି, ସେହି ଗାଁର ସୁଭଦ୍ରାଙ୍କୁ ଭଲପାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରେମିକ ଜଣକ ପ୍ରତାରଣା କରିଥିବା ନେଇ ପ୍ରେମିକା ଅଭିଯୋଗ ଆଣିଥିଲେ । ଯାହା ପରେ ଆଲୋକ ବିବାହ କରିବାକୁ ମନା କରିଦେଇଥିଲେ ।

ପରେ ଯୁବତୀ ଜଣକ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ଅଧିକାରୀ ସରୋଜ ସାହୁ ତୁରନ୍ତ ଫେରାର ଥିବା ପ୍ରେମିକକୁ ଧରି ପୁଣି ପୁରୁଣା ଫର୍ମୂଲା ପ୍ରୟୋଗ କରିଛନ୍ତି । ଫଳରେ ଜେଲ୍ ଯିବା ପରିବର୍ତେ ପ୍ରେମିକ ଓ ତାର ପରିବାର, ଉଭୟଙ୍କ ବାହାଘର କରାଇଛନ୍ତି । ଥାନାରେ ପୋଲିସ ମାଳ ବଦଳାଇବା ସହ ସିନ୍ଦୂର ପିନ୍ଧାଇ ବାହାଘର କରିଛନ୍ତି । ଏହା ପୂର୍ବରୁ ଗୁରୁବାର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଥିବା ପ୍ରେମୀଯୁଗଳଙ୍କ ବାହା କରିଥିଲେ ଥାନା ଅଧିକାରୀ ।