ପୋଲିସକୁ ୭୨ ଘଣ୍ଟାର ସମୟ ଦେଲା କଂଗ୍ରେସ। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି । ନଚେତ୍ ବିଜେପି ଅଫିସ୍ ଘେରାଉ କରିବାକୁ ଚେତାବନୀ । 

1,375

କନକ ବ୍ୟୁରୋ : ପୋଲିସକୁ ୭୨ ଘଣ୍ଟାର ସମୟ ଦେଲା କଂଗ୍ରେସ। ଗତକାଲିର ଘଟଣାରେ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରିବ କଂଗ୍ରେସ। ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ ସହ ବିଜେପି ପାର୍ଟି ଅଫିସରେ ଜୋର ଜବରଦସ୍ତ ପଶିବୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି। ଗତକାଲିର ଘଟଣାକୁ ନେଇ କଂଗ୍ରେସ ଭବନରେ ବରିଷ୍ଠ ନେତା ମାନେ ଏକାଠି ହୋଇଥିଲେ । ୩ ଦିନ ଭିତରେ ବିଜେପିର ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସବୁ ଏସପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲ କଂଗ୍ରେସ କହିଛି । କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ । ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ ।