ଜରାଜୀର୍ଣ୍ଣ ଅବସ୍ଥାରେ ସରକାରୀ ଉଚ୍ଚବିଦ୍ୟାଳୟର ଶ୍ରେଣୀଗୃହ । ବିଧାନସଭାରେ କଣ କହିଲେ ମନ୍ତ୍ରୀ ସମୀର ଦାସ ପଢନ୍ତୁ …

105

କନକ ବ୍ୟୁରୋ: ରାଜ୍ୟରେ ୫, ୮୭୪ ଜରାଜୀର୍ଣ୍ଣ ଶ୍ରେଣୀଗୃହ ରହିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ବିଧାୟକ ନାଉରୀ ନାୟକ ପଚାରିଥିଲେ ଯେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ ଉଚ୍ଚ ବିଦ୍ୟାଳୟର କେତେଟି ଶ୍ରେଣୀ ଗୃହ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତା ସହ ଅନ୍ୟାନ୍ୟ ଅବ୍ୟବସ୍ଥା ଯେପରି କି ପାଚେରୀ ନାହିଁ । ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି । ୨୦୨୦-୨୧ର ତଥ୍ୟ ଅନୁସାରେ ରାଜରେ ୫୦୮୦ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ଯେଉଁଥିରେ ୩୭ ହଜାର ୬୭ ଶ୍ରେଣୀଗୃହ ରହିଛି । ବର୍ତ୍ତମାନ ଏହାରି ମଧ୍ୟରୁ ୨୦୯୮ଟି ସ୍କୁଲରେ ୫୮୭୪ ଶ୍ରେଣୀଗୃହ ଜରାଜୀର୍ଣ୍ଣ ହୋଇପଡିଛି । ସେହିଭଳି ୩୭୬ଟି ବିଦ୍ୟାଳୟର ପାଚେରୀ ନାହିଁ । ଏହାର ମରାମତି ପାଇଁ ପାଖାପାଖି ୧ ହଜାର ୮ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ।

ତେବେ ସମଗ୍ର ଶିକ୍ଷା ଯୋଜନାରେ ଶ୍ରେଣୀଗୃହ ମରାମତି ପାଇଁ ସମ୍ପୂର୍ଣ୍ଣ ଆକଳନ କରାଯାଇ ୨୦୨୩-୨୪ ବର୍ଷର ବଜେଟରେ ଏଥି ପାଇଁ ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି । ସମୀର ଦାସ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟର ମରାମତି ସହ ରକ୍ଷଣାବେକ୍ଷଣର କାମ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ସେହିଭଳି ୨୦୨୫-୨୬ ସୁଦ୍ଧା ରାଜ୍ୟରେ ୫୩୦୬ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଚଳିତ ବର୍ଷ ମଧ୍ୟ ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି କିନ୍ତୁ ଅନୁମୋଦନ ମିଳିନାହିଁ । ଅନୁମୋଦନ ମିଳିବା ପରେ ନୂଆ ଶ୍ରେଣୀ ଗୃହ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାସ ।