ଗୌରବ ଆଣିଲେ ସୁନ୍ଦରଗଡ଼ର ଗୌରବ ଅଗ୍ରୱାଲ । ଦିଲ୍ଲୀରେ କୋଚିଂ ନନେଇ ବି ପାଇହେବ ଆଇଏଏସ୍ ।

216

କନକ ବ୍ୟୁରୋ: ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେଲେ ଦିଲ୍ଲୀ ଯିବାକୁ ହେବ, ଏ ଯେଉଁ ଧାରଣା ଥିଲା, ତାକୁ ଭୁଲ ପ୍ରମାଣିତ କରିଛନ୍ତି ସୁନ୍ଦରଗଡ଼ର ଗୌରବ ଅଗ୍ରୱାଲ । ଇଂଟରନେଟରେ ଯୋଗେ ପାଠପଢ଼ି ୟୁପିଏସସି ପରୀକ୍ଷାରେ ୮୬ ନମ୍ବର ର୍ୟାଙ୍କ ହାସଲ କରି ପାରିଛନ୍ତି ଗୌରବ ।

ଆଇଏଏସ୍ ପାଇବାକୁ ହେଲେ ଦିଲ୍ଲୀ ଭଳି ମେଟ୍ରୋ ସହରକୁ ଯିବାକୁ ପଡ଼ିବ ନାହିଁ । ଘରେ ରହି ଇଂଟରନେଟରୁ ପାଠ ପଢ଼ି ୮୬ ନମ୍ବର ର୍ୟାଙ୍କ୍ ରଖିଛନ୍ତି ବୋଲି କହିଛନ୍ତି ଗୌରବ । ସେ କହିଛନ୍ତି, ବ୍ୟବସ୍ଥିତ ଭାବେ ଧୈର୍ଯ୍ୟର ସହ ପ୍ରସ୍ତୁତି କଲେ ସଫଳତା ମିଳିବ । ଦୃଢ଼ ଇଚ୍ଛା ଶକ୍ତି ଥିଲେ ସଫଳତା ଆପଣା ଛାଏଁ ଆସିବ ତାହା ପ୍ରମାଣ କରିଛନ୍ତି ଗୌରବ ଅଗ୍ରୱାଲ ।