ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ଆରମ୍ଭ: ସ୍ୱତନ୍ତ୍ର ବସ ଯୋଗେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ

97

କନକ ବ୍ୟୁରୋ: ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ସୋ’ । ୨୦୧୯ ନିର୍ବାଚନ ଭଳି ହାଇଟେକ୍ ବସରେ ପ୍ରଚାର କରୁଛନ୍ତି ନବୀନ । ବସ୍ ଉପରକୁ ଉଠି ହାତ ହଲାଇ ଅଭିବାଦନ ନେବା ସହ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ଏହି ରୋଡ ଶୋ ୟୁନିଟ୍-୬ ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି । ଗୋପବନ୍ଧୁ ଛକରେ ସାଧାରଣ ଲୋକଙ୍କୁ କରିବେ ସମ୍ବୋଧନ କରିଛନ୍ତି । ପରେ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ପରେ ସାଇକ୍ରିଷ୍ଣା କ୍ଲବ ଛକ, ଏଚଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକା ଓ ମମତାଜ ଅଲ୍ଲୀ ସ୍କୁଲ ଛକ ଏବଂ କଳିଙ୍ଗ ଷ୍ଟାଡିୟମ ଛକରେ ପହଂଚିବା ପରେ ଜନତାଙ୍କୁ ଦେବେ ସମ୍ବୋଧନ । ନିକୋ ପାର୍କ ଛକ ଦେଇ ବାୟାବାବା ମଠରେ ପହଂଚିବେ । ସତ୍ୟନଗର, ମାଷ୍ଟର କ୍ୟାଂଟିନ ଓ ପରେ ରାଜମହଲ ଛକରେ ପହଂଚିବ ନବୀନଙ୍କ ରୋଡ୍ ସୋ’ । ରାଜମହଲରେ ସରିବ ନବୀନଙ୍କ ରୋଡ୍ ସୋ’ ।