ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନସକୁ ୭ ୱିକେଟରେ ହରାଇଲା ଚେନ୍ନାଇ: ୧୫୮ରନର ବିଜୟ ଲକ୍ଷ୍ୟକୁ ୧୮.୧ ଓଭରରେ ପୁରା କଲା ଚେନ୍ନାଇ

102

କନକ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି । ମୁମ୍ବାଇ ଇଣ୍ଡିଆନ୍ସର ୧୫୮ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୮.୧ ଓଭରରେ ପୁରା କରିଛି ।

ଚେନ୍ନାଇ ଦଳ ପକ୍ଷରୁ ଓପନର ଡେଭନ କନୱେ ଓ ଋତୁରାଜ ଗାଇକୱାଡ ବ୍ୟାଟିଂ ଆରମ୍ଭ କରିଥିଲେ । ୱାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚର ଦ୍ୱିତୀୟ ଇନିଂସର ପ୍ରଥମ ଓଭରର ଚତୁର୍ଥ ବଲରେ ଡେଭନ ଜେସନ ବେହେରନଡ୍ରଫଙ୍କ ଦ୍ୱାରା ବୋଲ୍ଡ ହୋଇ ଯାଇଥିଲେ । ପରେ ଅଜିଙ୍କ୍ୟା ରାହାଣେ ଆସି ବ୍ୟାଟିଂ ସମ୍ଭାଳିଥିଲେ । ଋତୁରାଜ ଓ ଅଜିଙ୍କ୍ୟା ୭୫ ରନର ଭାଗିଦାରୀ କରିଥିଲେ । ରାହାଣେ ବ୍ୟକ୍ତିଗତ ଭାବେ ୬୧ ରନ କରିଥିବାବେଳେ ପିୟୁସ ଚାୱାଲାଙ୍କ ଏକ ବଲକୁ ବୁଝି ନପାରି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ । ପରେ ଶିଭମ ଦୁବେ ଆସି ୨୮ ରନ କରିଥିବାବେଳେ କୁମାର କାର୍ତିକେୟଙ୍କ ବଲରେ ଆଉଟ ହୋଇଥିଲେ । ପରେ ଅମ୍ଭାତି ରାୟୁଡୁ ବ୍ୟାଟିଂ କରିବାକୁ ଆସିଥିଲେ । ସେ ବ୍ୟକ୍ତିଗତ ଭାବେ ୨୦ ରନ କରିଥିବାବେଳେ ଋତୁରାଜ ଶେଷ ପର୍ଯ୍ୟନ୍ତ ରହି ୪୦ ରନ୍ କରି ଖେଳକୁ ଜିତାଇଥିଲେ ।