୨୪ ଘଣ୍ଟାର ମାରାଥନ ଜେରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ୨୫ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ୩ଜଣଙ୍କୁ ବାନ୍ଧିଲା ତଦନ୍ତକାରୀ ସଂସ୍ଥା

153

କନକ ବ୍ୟୁରୋ : ୨୪ ଘଣ୍ଟାର ମାରାଥନ ଜେରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ୨୫ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ତଦନ୍ତକାରୀ ସଂସ୍ଥା ୩ଜଣଙ୍କୁ ଗିରଫ କରିଛି ।  ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକା କର୍ମଚାରୀ ସୁମନ୍ତ ସାହୁ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି । ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି । ସିବିଆଇ ନୋଟିସ ପରେ ଆଜି ସେ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । କହିଲେ, ସିବିଆଇ କାହିଁକି ଡ଼କାଇଛି ଜାଣିନାହାନ୍ତି । ଗତକାଲି ମହିମାଙ୍କ କଟକ ଓଡ଼ିଶା ବଜାରସ୍ଥିତ ଘର ଓ ଲିଙ୍କ ରୋଡ୍ ଅଫିସରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି ।

ତେବେ ସିବିଆଇ ଚଢ଼ାଉର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚଢ଼ାଉ ବେଳେ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଛି । ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କର ୨ ପୁଅ ଥିବା ଜଣାପଡ଼ିଛି । ସେହିପରି ପାରାଦୀପର ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ୨୦୧୬ ମସିହା ଅକ୍ଟୋବର ମାସରେ ପାରାଦୀପ ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ବ୍ୟାଙ୍କକରୁ ଗିରଫ କରିଥିଲା ଥାଇଲାଣ୍ଡ ପୋଲିସ୍ । ତାଙ୍କ ସହଯୋଗୀ ବସନ୍ତ ବଳ ମଧ୍ୟ ଗିରଫ ହୋଇଥିଲେ । ତେବେ ତିନି ବର୍ଷ ପରେ ଅର୍ଥାତ୍ ୨୦୧୯ ଅକ୍ଟୋବର ମାସରେ ତାଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା ।