କାର ଡ୍ରାଇଭର ଭଗବାନ ବୈରୀଗଞ୍ଜନଙ୍କ ହତ୍ୟା ରହସ୍ୟ : ମାତ୍ର ୯୦୦ ଟଙ୍କା ପାଇଁ ଜୀବନ ନେଇଗଲେ; ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଗିରଫ ଦୁଇ ଭାଇ

856

କନକ ବ୍ୟୁରୋ : କଟକ କାର ଚାଳକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ । ମାତ୍ର ୯୦୦ ଟଙ୍କା ପାଇଁ ହୋଇଥିଲା ହତ୍ୟା । ଚାଳକ ଭଗବାନ ବୈରୀଗଞ୍ଜନଙ୍କୁ ଯୁବତୀଙ୍କ ଲେଗିନ୍ସରେ ତଣ୍ଟି ଚିପି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତଙ୍କୁ ଘସିପୁରା ପୁଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଯୁବତୀ ଫେରାର ଅଛନ୍ତି ।

ସୂଚନା ମୁତାବକ, ଗତ ଜୁନ ୨୪ ତାରିଖରେ ଭଗବାନ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ କଟକ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ । ଏହାର ଚାରି ଦିନ ପରେ କେନ୍ଦୁଝର ଘସିପୁରା ଥାନା ଅଞ୍ଚଳରୁ ଭଗବାନଙ୍କ ମୃତଦେହ ମିଳିଥିଲା । ଘସିପୁରା ପୁଲିସ ତଦନ୍ତ କରି ଦୁଇ ଅଭିଯୁକ୍ତ ଯାଜପୁରର ମଣ୍ଟୁ ଓରଫ୍ ଅବିନାସ ଦାସ ଏବଂ କଟକ ନିଆଳିର ବୁବୁ ଓରଫ ଅବିନାସ ସ୍ୱାଇଁଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ମାଉସୀ ପୁଅ ଭାଇ । ଫେରାର ଥିବା ଯୁବତୀ ପୂଜା ଓରଫ ପୂଜା ଓରଫ ରୁକ୍ମଣୀ ଫେରାର ଅଛନ୍ତି ।

ପୂଜା ପିଂଟୁଙ୍କ ପ୍ରେମିକା । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସିନ୍ ରିକ୍ରିଏସନ କରିଛି ପୁଲିସ । କେମିତି ହତ୍ୟା କରିଥିଲେ ତାର ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ଗତ ଜୁନ ୨୪ ତାରିଖରେ ତିନି ଅଭିଯୁକ୍ତ କଟକରୁ ଭଡାରେ କାର ନେଇ ଯାଜପୁର ଯାଇଥିଲେ । ଭଡା ବାବଦକୁ ୨୪୦୦ ଟଙ୍କା ଛିଡିଥିଲା । ୧୫୦୦ ଟଙ୍କା ଅଗ୍ରୀମ ଦେଇ ଗାଡି ଭଡାରେ ନେଇଥିଲେ ଦୁର୍ବୁତ୍ତ । ହେଲେ ବାକି ୯୦୦ ଟଙ୍କାଙ୍କୁ ନେଇ ଚାଳକଙ୍କ ସହ ଯୁକ୍ତିତର୍କରୁ ତାଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ହତ୍ୟା କରିବା ପରେ ତାଙ୍କୁ ନେଇ ଘସିପୁରା ଅଞ୍ଚଳରେ ପକାଇ ଦେଇଥିଲେ ।