ହାତଗଣ୍ଠି ପଡିଲା, ନୂଆ ଇନିଂସ ଆରମ୍ଭ ହେଲା । ଜଗନ୍ନାଥଙ୍କ ଶରଣରେ ନବ ଦମ୍ପତ୍ତି

234

କନକ ବ୍ୟୁରୋ: ଚର୍ଚ୍ଚାରେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାହାଘର । ବିବାହ କରିବା ପରେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବ ଦମ୍ପତି । ପରିବାର ସହ ଆସି ଶ୍ରୀଜୀଉଙ୍କ ଆର୍ଶବାଦ ନେଇଛନ୍ତି । ଏହି ଅବସରରେ ଦିବ୍ୟଶଙ୍କର ମିିଶ୍ର କହିଛନ୍ତି, ଯାହା ଇଶ୍ୱରଙ୍କ ଆର୍ଶୀବାଦ ।

  • ହାତଗଣ୍ଠି ପଡିଲା, ନୂଆ ଇନିଂସ ଆରମ୍ଭ ହେଲା
  • ଜଗନ୍ନାଥଙ୍କ ଶରଣରେ ନବ ଦମ୍ପତ୍ତି

ମନମିଶିଲା ବାହାଘର ହେଲା । ଆଉ ବାହାଘରର ଠିକ ପରଦିନ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ମାଗିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ପତ୍ନୀ ପ୍ରିୟଙ୍କା ଅଗସ୍ତି । ପୂର୍ବାହ୍ନରେ ନବଦମ୍ପତି ସିଂହଦ୍ୱାରରେ ପହଞ୍ଚିିବା ପରେ ସେବାୟତମାନେ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ ଓ ମନ୍ଦିର ଭିତରକୁ ନେଇଯାଇଥିଲେ । ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ପରେ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା ।

ତେବେ ବାହାଘର ପରେ ହସଖୁସି ମିଜାଜରେ ନଜର ଆସିଥିଲେ ଜୁନାଗଡ ବିଧାୟକ ଓ ତାଙ୍କ ପତ୍ନୀ । ବାହାଘର ସରିବା ପରେ ରିସର୍ଟରେ ପରିବାର ଓ ସମ୍ପର୍କୀୟଙ୍କ ମିଶି ନାଚଗୀତରେ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦିବ୍ୟଶଙ୍କର ଓ ତାଙ୍କ ପତ୍ନୀ ହିନ୍ଦୀ ଗୀତର ତାଳେ ନାଚୁଛନ୍ତି । କାନ୍ଧ ସହ କାନ୍ଧ ମିଳାଇ ନାଚିଥିଲେ ଉଭୟ । ସୂଚନାଯୋଗ୍ୟ ଯେ, ରବିବାର ଦିନ ପିପିଲିର ଏକ ରିସର୍ଟରେ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ବାହାଘର ହୋଇଥିଲା । ହାତଗଣତି ସମ୍ପର୍କୀୟ ଓ ପରିବାର ଲୋକ ଏଥିରେ ସାମିଲ ହୋଇଥିଲେ । ବାହାଘର ସରିବା ପରେ ସମସ୍ତେ ନାଚଗୀତରେ ମସଗୁଲ ହୋଇଥିଲେ । ଆଉ ଏଥିରେ ସାମିଲ ହୋଇଥିଲେ ନବ ଦମ୍ପତ୍ତି ।