ସହରାଞ୍ଚଳରେ ଜଳବନ୍ଦୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି: ମୌସୁମୀ ପୂର୍ବରୁ କାହିଁକି ଡ୍ରେନେଜ୍ ପ୍ରତି ଧ୍ୟାନ ଦିଆଯାଇ ନାହିଁ କଲା ପ୍ରଶ୍ନ

81

କନକ ବ୍ୟୁରୋ: ବର୍ଷା ଦିନେ ସହର ଗୁଡିକରେ ଜଳବନ୍ଦୀ ସମସ୍ୟା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ସହରାଂଚଳରେ ଜଳବନ୍ଦୀ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି । କିଛି ଘଂଟାର ବର୍ଷାରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଗଲା । କଟକରେ ସହରୀ ବନ୍ୟା ପ୍ରାଣନେଲା । ଭଦ୍ରକରେ ଡାକ୍ତରଖାନା ଏବେ ବି ପାଣି ଘେରରେ ରହିଛି । ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି ବିଜେପି । ମୌସୁମୀ ଆସିବା ପୂର୍ବରୁ ମେୟର ସିଙ୍ଗାପୁର ବୁଲୁଥିଲେ । ମୌସୁମୀ ପାଇଁ କାହିଁକି ପ୍ରାକ୍ ପ୍ରସ୍ତୁତି କରି ନଥିଲା ପ୍ରଶାସନ । ଏହା ଏକ ପ୍ରଶାସନିକ ବିଫଳତା ବୋଲି ବିଜେପି ଅଭିଯୋଗ କରିଛି । ସେହିପରି ସହରରେ ଡ୍ରେନେଜ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହଜାରେ କୋଟି ଟଙ୍କା ଘୋଷଣା କେଉଁଠି ଖର୍ଚ୍ଚ ହୋଇଛି ତାହାର ହିସାବ ମଧ୍ୟ ମାଗିଛି ଦଳ । ଆଗାମୀ ଦିନରେ ଏହାକୁ ନେଇ ସରକାର ଜବାବ ନରଖିଲେ, ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଦଳ ।