ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ : ଥାନା ଘେରାଉ କରିବା ସହିତ ପ୍ରତିବାଦ କଲା ବିଜେପ

60

କନକ ବ୍ୟୁରୋ : ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ । ଥାନା ଘେରାଉ କରିବା ସହିତ ପ୍ରତିବାଦ କଲା ବିଜେପି । ପଶ୍ଚିମବଙ୍ଗରେ ବର୍ଷା ହୋଇଥିବା ସତ୍ୱେ ବିଜେପି କର୍ମୀ ଆନ୍ଦୋଳନ କରିବା ସହିତ ପୋଲିସ ଓ ସରକାର ବିରୋଧରେ ନାରାବାଜି କରିଛନ୍ତି । ସେପଟେ ଏହି ମାମଲାରେ କୋଲକାତା ହାଇକୋର୍ଟ ପୋଲିସର ଗିରଫଦାରୀ ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ମମତା ସରକାର ଏବଂ ପଶ୍ଚିମବଙ୍ଗ ପୋଲିସକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗ ବିଜେପି କର୍ମୀ ଓ ନେତା ଆନ୍ଦୋଳନ କରିବା ବେଳେ ପୋଲିସ ବଳପୂର୍ବକ ଭାବେ ଗିରଫ କରିଥିବା ଅଭିଯୋଗ ହୋଇଥିଲା । ପରେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା । ଏହାପରେ କୋଲକାତା ହାଇକୋର୍ଟ ଉଭୟ ରାଜ୍ୟ ସରକାର ଏବଂ ପୋଲିସଠୁ ରିପୋର୍ଟ ତଲବ କରିଛନ୍ତି । ଅନ୍ୟପଟେ ଗିରଫଦାରୀକୁ ବିରୋଧ କରି ଶୁକ୍ରବାର ଥାନା ଘେରାଉ କରିଛନ୍ତି ବିଜେପି ସମର୍ଥକ । ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲା, କୋଇଲା ଦୁର୍ନୀତି ଏବଂ ହିଂସା ଘଟଣାରେ ମମତା ସରକାର ହରଡଘଣାରେ ପଡିଛନ୍ତି । ସିବିଆଇ, ଇଡି ଭଳି ସଂସ୍ଥା ଏହି ମାମଲାର ଯାଞ୍ଚ କରୁଛନ୍ତି ।

ଆଉ ଦୁର୍ନୀତିକୁ ପ୍ରସଙ୍ଗ କରି ବିଜେପି ନବାନ୍ନା ଅଭିଯାନ ନାଁରେ ଆନ୍ଦୋଳନ କରିଛି । ମଙ୍ଗଳବାର ହୋଇଥିଲା ଏହି ଆନ୍ଦୋଳନ । ଏହି ସମୟରେ ଅନେକ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ କହିଛି ନବାନ୍ନ ଅଞ୍ଚଳରେ ଧାରା ୧୪୪ ଲାଗୁ ହୋଇଛି । ତେଣୁ ପୋଲିସ ଆନ୍ଦୋଳନକୁ ଅନୁମତି ଦେଇପାରିବନି । ଏହି ଆନ୍ଦୋଳନ ବେଳେ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବା ପୋଲିସ କହିଛି ।