ଭତ୍ତା ବଣ୍ଟନକୁ ନେଇ ତୁମୁଳକାଣ୍ଡ: ବାଲେଶ୍ୱର ସଦର ବ୍ଲକ ପରିସରରେ ବିଜେପି-ବିଜେଡ଼ି ମୁହାଁମୁହିଁ

94

କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ ପରିସରରେ ଭତ୍ତା ବଣ୍ଟନକୁ ନେଇ ବିଜେପି ବିଜେଡ଼ି ମଧ୍ୟରେ ମୁହାଁମୁହିଁ । ନୂଆ ଭତ୍ତା ହିତାଧିକାରୀଙ୍କୁ ସଦର ବିଧାୟକ ସ୍ୱରୁପ ଦାସ ଭତ୍ତା ବଂଟନ ପାଇଁ ଆସିଥିବା ବେଳେ ବ୍ଲକ ପରିସରରେ ବିଜେପି ବିଜେଡ଼ି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରିଥିଲା ।

ତେବେ ଦୁଇ ଦଳ ପକ୍ଷରୁ ନିଜ ନିଜ ଦାବି ନେଇ ବ୍ଲକ ପରିସରରେ ଧାରଣା ଦେଇଛନ୍ତି । ମୋଟ ୬୬୬ ଭତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଜି ୧୫ ଜଣ ନୂଅ ହିତାଧିକାରୀଙ୍କୁ ସଦର ବିଧାୟକ ଭତା ବାଂଟିବାର କାର୍ଯ୍ୟକ୍ରମ ଥିଲା ।