ବିଜୁ ଜୟନ୍ତୀରେ ନବୀନ ବ୍ରାଣ୍ଡ । ଆଜି ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ ବିଜେଡି କର୍ମୀ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ

80

କନକ ବ୍ୟୁରୋ : ଆଜି ବବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଦିବସ । ଏହି ଦିବସକୁ ଧୁମ୍ଧାମରେ ପାଳନ କରିବାକୁ ଶାସକ ଦଳ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୃତି । ସାରା ରାଜ୍ୟରେ ବିଜେଡି କର୍ମୀ ଶପଥ ପାଠ ସହ ସାମାଜିକ କାର୍ଯ୍ୟକ୍ରମ କରିବାର ଯୋଜନା ହୋଇଛି । ୧୪୭ ନିର୍ବାଚନମଣ୍ଡଳୀରେ ପାଳନ କରିବ ବିଜେଡି । ଏଥିପାଇଁ ଦଳୀୟ ନେତାଙ୍କୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇସାରିଛନ୍ତି । ସମସ୍ତ ନିର୍ବାଚନମଣ୍ଡଳୀରେ ସାମାଜିକ କାର୍ଯ୍ୟକ୍ରମ ସହ ଶପଥ ଗ୍ରହଣକରିବେ ନେତା ଓ କର୍ମୀ ।

ଏହି ଶପଥ ଗ୍ରହଣରେ ସମୃଦ୍ଧ, ସଶକ୍ତ , ସ୍ୱାଭିମାନି ନବୀନ ଓଡିଶା ଗଠନ କରିବା ପାଇଁ କୁହାଯାଇଛି । ନବୀନଙ୍କ ବ୍ରାଣ୍ଡକୁ ଗୋଟିଏ ବାର୍ତା କରି ଘରେ ଘରେ ପହଞ୍ଚାଇବ ଦଳ । ୨୦୨୪ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ଶୃଙ୍ଖଳା ଓ ଅନୁଶାସନର କଥା କହି ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ନବୀନଙ୍କ ସ୍ୱଚ୍ଛ ଭାବମୂର୍ତିକୁ ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି କସରତ ଆରମ୍ଭ କରିଛି । ଆଉ ଏହାକୁ କଟାକ୍ଷ କରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ଜାଣିପାରୁନି କେଉଁ ପ୍ରକାରର ପ୍ୟାକେଜିଂ କରିବ । କିନ୍ତୁ ସବୁ କ୍ଷେତ୍ରରେ ବିଜେଡି ଫେଲ ମାରିବ । ସେପଟେ ପଞ୍ଚାୟତିରାଜ ଦିବସକୁ ଭ୍ରାଷ୍ଟାଚାର ଦିବସ ପାଳନ କରିବ ବିଜେପି । ୩୧୪ଟି ବ୍ଲକରେ ହାତରେ କଳାପଟି ବାନ୍ଧି ପ୍ରଦର୍ଶନ କରିବ ଦଳ ।