ପ୍ରତାପ ଦେବଙ୍କ ଘରେ ବିଜେଡି ନେତାଙ୍କ ମେଳି। ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ସୁଶାନ୍ତ ରାଉତ ଉପସ୍ଥିତ

7,066

କନକ ବ୍ୟୁରୋ: ପ୍ରତାପ ଦେବଙ୍କ ଘରେ ବିଜେଡି ନେତାଙ୍କ ମେଳି। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବୈଠକ ନେଇ କର୍ପୋରେଟର ଅମରେଶ ଜେନା କହିଛନ୍ତି, ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଦଳୀୟ ନେତା। ଦଳରେ ବିଭୀଷଣ ଅଛନ୍ତି। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି। ହେଲେ ଏପରି ହେବାକୁ ଦିଆଯିବ ନାହିଁ। ବିଏମସି କି ସିଏମସି ହେଉ ସବୁଠି ବିଜେଡି ଏକଜୁଟ୍ ଅଛି। ବୈଠକରୁ ବାହାରିବା ପରେ କର୍ପୋରେଟର ଅମରେଶ ଜେନା ଏପରି ସୂଚନା ଦେଇଛନ୍ତି।